Warning: mysqli_real_connect(): Headers and client library minor version mismatch. Headers:30316 Library:30408 in /home/cpdnews1/public_html/wp-includes/class-wpdb.php on line 1994
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଠିକଣା ପାଲଟିଲା ଜେଲ ନମ୍ବର ୨ର କଏଦୀ – CPD NEWS

ନୂଆଦିଲ୍ଲୀ: ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂଙ୍କ ପରେ ଏବେ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବି ତିହାଡ଼ ଜେଲରେ ପହଞ୍ଚି ଯାଇଛନ୍ତି। ସୋମବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟଙ୍କ ୧୪ଦିନର ନ୍ୟାୟିକ ହେପାଜତ ଆଦେଶ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତିହାଡ଼ ଜେଲ ନମ୍ବର ୨ରେ ରଖାଯାଇଛି।

ଏଠାରେ ତାଙ୍କ ଉପରେ ସିସିଟିଭି କ୍ୟାମେରା ଜରିଆରେ ୨୪ଘଣ୍ଟା ନଜର ରଖାଯିବ। ଦେଶର ସବୁଠାରୁ ବଡ଼ ଜେଲ ତିହାଡ଼ ଜେଲର ଜେଲ ନମ୍ବର ୨ ଅଧିକ ସୁରକ୍ଷିତ ବୋଲି ନାମିତ ଅଛି। ଏହି ଜେଲରେ ନିୟୋଜିତ ଥିବା କର୍ମଚାରୀମାନେ କଏଦୀଙ୍କ ଉପରେ କଡ଼ା ନଜର ରଖିଥାଆନ୍ତି। ଏହି କାରଣରୁ ଗିରଫ ହେବାପରେ ନାମୀଦାମୀ ଲୋକଙ୍କୁ ତିହାଡ଼ ଜେଲରେ ଆଣି କଏଦୀ ଭାବେ ରଖାଯାଇଥାଏ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାଡ ଜେଲରେ ପହଞ୍ଚିବା ପୂର୍ବରୁ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଚୟ ସିଂଙ୍କୁ ଜେଲ ନମ୍ବର ୨ରୁ ଜେଲ ନମ୍ବର ୫କୁ ସ୍ଥାନାନ୍ତର କରାଯାଇଛି। ଏଯାବତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ତିହାଡ଼ ଜେଲରେ ବନ୍ଦୀ ଅଛନ୍ତି।

ମନୀଷ ସିସୋଦିଆ ଜେଲ ନମ୍ବର ୧, ସତ୍ୟେନ୍ଦ୍ର ଜୈନ ଜେଲ ନମ୍ବର ୭ରେ ବନ୍ଦୀ ଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାୱଙ୍କ ଝିଅ କେ କବିତା ଜେଲ ନମ୍ବର୬ରେ ଅଛନ୍ତି। ସେହିପରି ଜେଲ ନମ୍ବର ୪ରେ ଆମ ଆଦମୀ ପାର୍ଟିର ସଦସ୍ୟ ବିଜୟ ନାୟର ବନ୍ଦୀ ଅଛନ୍ତି।

About The Author

Leave a Reply

Your email address will not be published. Required fields are marked *

You cannot copy content of this page