ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ

0
IMG-20260820-WA0006

କୁନା ବେହେରା, ତେଣ୍ଟୁଲୋଇ
ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ତେଣ୍ଟୁଲୋଇ ଗାଁର ଗୁଡିବନ୍ଧ ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ତେଣ୍ଟୁଲୋଇ ଗ୍ରାମର କୁନା ବେହେରା l ସୂଚନା ଯେ ତେଣ୍ଟୁଲୋଇ ଗ୍ରାମର କୁନା ବେହେରା ଗତ କାଲି ବିଳମ୍ବିତ ରାତିରେ ପାରିବାରିକ ଝଗଡାକୁ ନେଇ ଘରୁ କେଉଁ ଆଡ଼େ ପଳାଇ ଯାଇଥିଲେ l ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ଭୋର ୪ଟା ବେଳେ ଗୁଡିବନ୍ଧ ପୋଖରୀରୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର କୁନାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇଁ ଛେଣ୍ଡିପଦା ଥାନା ପୋଲିସ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ l ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ଘଟଣାର ଛାନଭିନ ଚଳାଇଛି l

Please follow and like us:

About The Author

Leave a Reply

Your email address will not be published. Required fields are marked *