Warning: mysqli_real_connect(): Headers and client library minor version mismatch. Headers:30316 Library:30408 in /home/cpdnews1/public_html/wp-includes/class-wpdb.php on line 1994
୧୨ଫୁଟ ଲମ୍ବର ଅଜଗର ସାପକୁ ସୁରକ୍ଷିତ ଉଦ୍ଧାର କଲେ ସ୍ନେକ ହେଲ୍ପଲାଇନ ସଦସ୍ୟ – CPD NEWS

୧୨ଫୁଟ ଲମ୍ବର ଅଜଗର ସାପକୁ ସୁରକ୍ଷିତ ଉଦ୍ଧାର କଲେ ସ୍ନେକ ହେଲ୍ପଲାଇନ ସଦସ୍ୟ

0
IMG-20251216-WA0110

୧୨ଫୁଟ ଲମ୍ବର ଅଜଗର ସାପକୁ ସୁରକ୍ଷିତ ଉଦ୍ଧାର କଲେ ସ୍ନେକ ହେଲ୍ପଲାଇନ ସଦସ୍ୟ
ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ପଞ୍ଚାୟତ ଧାଙ୍ଗୁରୁମୁଣ୍ଡା ଗ୍ରାମରୁ ୧୨ଫୁଟ ଲମ୍ବର ଏକ ଅଜଗର ସାପକୁ ସୁରକ୍ଷିତ ଭାବେ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଉଦ୍ଧାର କରିଛନ୍ତି l ଘଟଣାରୁ ପ୍ରକାଶଯେ ଧାଙ୍ଗୁରୁ ମୁଣ୍ଡା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏକ ଅଜଗର ସାପ ଧାନ ଖଳା ନିକଟରେ ବୁଲୁଥିବାର ଗ୍ରାମବାସୀ ଦେଖିଥିଲେ l ଅଜଗର ସାପକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ l ବନ ବିଭାଗର ଫରେଷ୍ଟ ଗାର୍ଡ କମଳ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଖବର ପାଇ ବାଗଡିଆର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁବ୍ରତ ବେହେରା, ହିମାଂଶୁ ଦେହୁରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୧ ଘଣ୍ଟା ପରିଶ୍ରମ ପରେ ୧୨ ଫୁଟ ଲମ୍ବର ଅଜଗର ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ତେବେ ସାପଟି ଉଦ୍ଧାର ପରେ ବନବିଭାଗ ସହାୟତାରେ ଗାଢା ସ୍ଥିତ କଣଲୋଇ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ l

About The Author

Leave a Reply

Your email address will not be published. Required fields are marked *

You cannot copy content of this page