Warning: mysqli_real_connect(): Headers and client library minor version mismatch. Headers:30316 Library:30408 in /home/cpdnews1/public_html/wp-includes/class-wpdb.php on line 1994
ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ ଗିରଫ l – CPD NEWS

ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ ଗିରଫ l

0
VID-20250108-WA0106

ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକା ନାବାଳିକା ଅପହରଣ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି l ଗିରଫ ଯୁବକ ଜଣଙ୍କ ହେଲେ ଶାଳଖମଣ ଗାଁର ଅକ୍ଷୟ ଭୋଇ (୧୯) l ପୋଲିସ ସୂତ୍ରରୁ ପ୍ରକାଶ ଥାନା ଅଞ୍ଚଳର ଜୈନେକା ନାବାଳିକା ଗାଧୋଇ ଯାଉଥିବା ବେଳେ ଶାଳଖମଣ ଗାଁର ଅକ୍ଷୟ ନାବାଳିକାଙ୍କୁ ଅପହରଣ କରି ନେଇ ପଳାଇ ଯାଇଥିଲା l ଏନେଇ କୌଶଳ କ୍ରମେ ନାବାଳିକା ଜଣଙ୍କ ପଳାଇ ଆସିବା ପରେ ଘଟଣା ସମ୍ପର୍କରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ସୂଚନା ଯେ କିଛି ମାସ ପୂର୍ବରୁ ଉକ୍ତ ଯୁବକ ଜଣଙ୍କ ନାବାଳିକାଙ୍କୁ ଅପହରଣ କରି ନେଇ ଯାଇଥିଲେ l ଏନେଇ ଆପୋଷ ସମାଧାନ ମଧ୍ୟ ହୋଇଥିଲା l ନାବାଳିକାଙ୍କ ଅଭିଯୋଗକୁ ଭିତ୍ତିକାରୀ ଛେଣ୍ଡିପଦା ଥାନା କେସ ନଂ ୬୨୫/୨୫ରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଶାଳଖମଣ ଗାଁରେ ଚଢ଼ାଉ କରି ଅକ୍ଷୟକୁ ପୋଲିସ ଗିରଫ କରି ଛାନ ଭିନ ଚଳାଇଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page