Warning: mysqli_real_connect(): Headers and client library minor version mismatch. Headers:30316 Library:30408 in /home/cpdnews1/public_html/wp-includes/class-wpdb.php on line 1994
ସିମିଳିସାହିରେ ଅଲେଖମହିମା ଧର୍ମର ୭୧ତମ ସାଧୁ ଓ ଭକ୍ତ ସମ୍ମିଳନୀ – CPD NEWS

ସିମିଳିସାହିରେ ଅଲେଖମହିମା ଧର୍ମର ୭୧ତମ ସାଧୁ ଓ ଭକ୍ତ ସମ୍ମିଳନୀ

0
IMG-20251221-WA0111

ସିମିଳିସାହିରେ ଅଲେଖମହିମା ଧର୍ମର ୭୧ତମ ସାଧୁ ଓ ଭକ୍ତ ସମ୍ମିଳନୀ
ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଳକ୍ କୋଶଳା ଗ୍ରାମର ଶିମିଳିସାହି ମହିମା ମଠ ଠାରେ ଅଂଚଳର ୨୪ମୈଜାର କୌପୁନୀଧାରୀ ମହିମା ସମାଜର ୭୧ତମ ଆଂଚଳିକ ସାଧୁ ଓ ଭକ୍ତ ମାନଙ୍କର ଏକ ସମ୍ମିଳନୀ ରବିବାର ଅନୁ ିତ ହୋଇଯାଇଛି । ଉକ୍ତ ସଭାରେ ୨୪ମୌଜାର କୌପୁନୀଧାରୀ ଅଲେଖ ମହିମା ସମାଜର ମୂଖ୍ୟ ପରମ ପୂଜ୍ୟ ସାଧୁ ଇନ୍ଦ୍ରମଣି ବାବା ଓ ନବୀନ ବାବା ଆଂଚଳିକ ବଡଭାଇ ପରମାନନ୍ଦ ଗଡନାୟକ ଓ ପୂର୍ବତନ ଆଂଚଳିକ ବଡଭାଇ ବାମଦେବ ସାହୁ ମଂଚାସିନ ହୋଇ ସଭାକୁ ପରିଚାଳନା କରି ମହିମା ସମାଜର ସାଂଗଠନିକ ଉନ୍ନତି ନିମନ୍ତେ କାର୍ଯ୍ୟକ୍ରମ,ଅଲେଖ ଧର୍ମର ବିଷୟରେ ଆଲୋଚନା,ଧର୍ମର ସୁରକ୍ଷା ନିମନ୍ତେ ନୂତନ ଚିନ୍ତା,ଆଂଚଳିକ ସଂଘୀୟ ଦୃଢ଼ିକରଣ,ମହିମା ଧର୍ମାବଲମ୍ବି ମାନଙ୍କ ସାଙ୍ଗଠନିକ ସମସ୍ୟା ଆଦି ଅନେକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ମହିମା ସମାଜର ପ୍ରବଚକ ଖଗେଶ୍ୱର ସାହୁ ମଂଚାସିନ ହୋଇ ମହିମା ଧର୍ମର ଉପାଦେୟ କଥା ବସ୍ତୁ ଉପରେ ଆଲୋଚନା କରିଥିଲେ । ସଭାରେ ୨୪ଟି ମୌଜାର ମହିମା ଧର୍ମାବଲମ୍ବି ଭକ୍ତ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଭକ୍ତମାନଙ୍କ ଦ୍ୱାରା ଅଖଣ୍ଡ ବତୀ ପ୍ରଜ୍ୱଳନ ପୁର୍ବକ ସ୍ତୁତି ଚିନ୍ତାମଣି ଅଧ୍ୟୟନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏତଦ୍ ବ୍ୟତିତ ଭକ୍ତମାନଙ୍କ ଦ୍ୱାରା ବିଶ୍ୱ କଲ୍ୟାଣ ନିମନ୍ତେ ଅଲେଖ ଡାକ ଦିଆଯାଇ ମହିମା ଧର୍ମର ପ୍ରଚାର ପ୍ରସାର ଏବଂ ଅଗ୍ରଗତି ନିମନ୍ତେ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମହିମା ସମାଜର ହାଡିବନ୍ଧୁ ବେହେରା,ରମେଶ ସାହୁ,ତଅଁଳୁ ରାଉତ,ଲୋଚନ ସାହୁ,ମାୟାଧର ପ୍ରଧାନ,ପ୍ରତାପ ସାହୁ,ରସାନନ୍ଦ ସାହୁ,ରାମଚନ୍ଦ୍ର ସାହୁ,ଚନ୍ଦ୍ରମଣି ସାହୁ ପ୍ରମୁଖଙ୍କ ସହଯୋଗରେ ଉକ୍ତ ସଭା ପରିଚାଳନା ହୋଇଥିଲା ।

About The Author

Leave a Reply

Your email address will not be published. Required fields are marked *

You cannot copy content of this page