ରାଜ୍ୟସଭା ସାଂସଦ ପ୍ରଫୁଲ ପଟେଲ ଏନ୍ସିପିର ସଭାପତି ହେବେ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ସେ ଖଣ୍ଡନ କରିଛନ୍ତି। ରବିବାର ସୋଶାଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ଏନେଇ ଯେଉଁ ଖବର ଗଣମାଧ୍ୟମରେ ଆସୁଛି, ତାହା ଭିତ୍ତିହୀନ ଓ ଏଥିରେ ଆଦୌ ସତ୍ୟତା ନାହିଁ।
ଏବେ ଏନ୍ସିପିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଫୁଲ ପଟେଲ ଆହୁରି ଲେଖିଛନ୍ତି ଯେ NCP ଏକ ଗଣତାନ୍ତ୍ରିକ ଅନୁଷ୍ଠାନ। ଆମର ସମସ୍ତ ବରିଷ୍ଠ ନେତା, କର୍ମକର୍ତ୍ତା ଓ ବିଧାୟକଙ୍କ ପରାମର୍ଶ ନେଇ ଏବଂ ଦଳର ସମସ୍ତ ସଦସ୍ୟଙ୍କ ଭାବନା ଓ ଇଚ୍ଛାକୁ ସମ୍ମାନ ଦେଇ ଏହି ସ୍ତରର (ଦଳର ସଭାପତି ଚୟନ) ନିଷ୍ପତ୍ତି ନିଆଯିବ। ଏକ ଜାତୀୟ ଦଳ ହୋଇଥିବାରୁ ଏଭଳି ପ୍ରସଙ୍ଗରେ ଆମକୁ ଏକ ପ୍ରକ୍ରିୟା ଦେଇ ଯିବାକୁ ହୋଇଥାଏ।
ଗତ ଜାନୁଆରୀ ୨୮ ତାରିଖରେ ବାରାମତିରେ ଘଟିଥିବା ବିମାନ ଦୁର୍ଘଟଣାରେ ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାୱାର (୬୬)ଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଏନସିପିରେ ନେତୃତ୍ୱ ସଙ୍କଟ ଦେଖାଯାଇଛି। ଦଳର ଭବିଷ୍ୟତକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି।
Please follow and like us:
About The Author