ବାଗଡିଆ ନୂଆପଡାରେ ଅଘଟଣ – ସାଙ୍ଗ ଆଗରେ ପାଣିରେ ବୁଡି ଚାଲିଗଲା ସାଙ୍ଗର ଜୀବନ

ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ନୂଆପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ଆଗରେ ପାଣିରେ ବୁଡି ଚାଲିଗଲା ସାଙ୍ଗର ଜୀବନ ।ଗାଁ ନିକଟସ୍ଥ ପୋଖରୀରେ ବୁଡି ଜଣେ ୧୧ ବର୍ଷର ବାଳକର ମୃତ୍ୟୁ ହୋଇଛି।
ମୃତକ ଜଣଙ୍କ ହେଲେ ନୂଆପଡା ଗାଁର ବିଶ୍ୱଜିତ ବେହେରା (୧୧)। ସୂଚନା ଅନୁଯାୟୀ ଆଜି ବିଶ୍ୱଜିତ ଗାଁ ନିକଟସ୍ଥ ଶିବ ମନ୍ଦିରକୁ ସାଙ୍ଗ ମାନଙ୍କ ସହିତ ପ୍ରସାଦ ସେବନ କରିବାକୁ ଯାଇଥିଲା। ସେଠାରୁ ଫେରୁଥିବା ବେଳେ ଗାଁ ନିକଟରେ ଖୋଲା ଯାଇଥିବା ଏକ ନୂଆ ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡି ଯାଇଥିଲା। ଅନ୍ୟ ସାଙ୍ଗ ଜଣଙ୍କ ଯେତେ ଡାକିଥିଲେ ମଧ୍ୟ ଡାକ କେହି ଶୁଣି ନଥିଲେ। କିଛି ସମୟ ପରେ ପରିବାର ଲୋକେ ଓ ଗ୍ରାମବାସୀ ପୋଖରୀରୁ ବାଳକଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେତେବେଳକୁ ତାର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର ଘୋଷଣା କରିଥିଲେ ।ଖବର ପାଇ ବାଗଡିଆ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନଭିନ ଚଳାଇଛି। ଶିଶୁର ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
