ପାକିସ୍ତାନକୁ ଚୀନ୍‌ର ନାଲି ଆଖି: ଆମ ଲୋକଙ୍କ ସୁରକ୍ଷା ଆମକୁ କରିବାକୁ ଦିଅ

0

ବେଜିଂ: ପାକିସ୍ତାନର ବନ୍ଧୁ ବୋଲାଉଥିବା ଚୀନ୍ ଏବେ ନିଜର ପ୍ରକୃତ ଚେହେରା ଦେଖାଇଛି। ପାକିସ୍ତାନରେ ୫ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ଚୀନ୍ ନାଗରିକଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି। ଏହାକୁ ନେଇ ଚୀନ୍ ଏବେ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ଚୀନ୍ କହିଛି ଯଦି ଆମ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ପାକିସ୍ତାନ ସରକାର ସକ୍ଷମ ନୁହନ୍ତି ତେବେ ଆମକୁ ଆମ ନାଗରିକଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଉ।

ଏପରି କରି ଚୀନ୍ ପାକିସ୍ତାନରେ ଚାଲାକି କରି ନିଜର ସୈନ୍ୟ ମୁତୟନ କରିବାକୁ ଚାହୁଁଛି। ତେବେ ଏପରି ହେଲେ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। କାରଣ ଚୀନ୍ ସୈନ୍ୟ ସହଜରେ ଭାରତ ଉପରେ ନଜର ରଖିପାରିବେ। ଏହା ସହିତ ଏହା ପାକିସ୍ତାନ ପାଇଁ ବଡ଼ ଲଜ୍ଜାଜନକ କାର୍ଯ୍ୟ ହେବ।

ଚୀନ୍‌ର ମନ୍ତବ୍ୟ ନେଇ ପାକିସ୍ତାନ କହିଛି ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଚୀନ୍ ଚାହୁଁଛି ପାକିସ୍ତାନରେ ଜାରି ରହିଥିବା ଚାଇନା ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଚୀନ୍ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଜର ସୁରକ୍ଷାକର୍ମୀ ନିୟୋଜିତ କରିବ।

ଚୀନ୍ ନିଜ ସୁରକ୍ଷାକର୍ମୀଙ୍କ ନିୟୋଜନ କରିବା ଆଳରେ ପାକିସ୍ତାନରେ ନିଜ ଗୁପ୍ତଚର ବିଭାଗ କର୍ମଚାରୀଙ୍କୁ ନିଯୁକ୍ତ କରି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବା ସହିତ ଭାରତର ସୁରକ୍ଷା ରଣନୀତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା।  ଚୀନ୍‌ର ଏଭଳି ଚାଲାକି ନେଇ ଭାରତ ଚିନ୍ତା ବଢ଼ିବାରେ ଲାଗିଛି।

About The Author

Leave a Reply

Your email address will not be published. Required fields are marked *

You cannot copy content of this page