ଶେଷ୍ଠ କୁତ୍ରିମ ପ୍ରଜନନ କ୍ଷେତ୍ରରେ ଓଡିଶା ର ଦିଲ୍ଲୀପ ଙ୍କୁ ମିଳିଲା ଗୋପାଳରତ୍ନ ପୁରଷ୍କାର l

0
Screenshot_20251201_084724

ଛେଣ୍ଡିପଦା, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ପକ୍ଷରୁ ଦିଲୀରେ ଶ୍ରେଷ୍ଠ କୁତ୍ରିମ ପ୍ରଜନନକାରୀ ଭାବେ ସାରା ଭାରତରେ ୧ନଂ ରହିଛି ଓଡିଶା l ଜତୀୟ ଦୁଗ୍ଧ ଦିବସରେ କେନ୍ଦ୍ର ସରକାରଙ୍କର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନରଣାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଜାତୀୟ ଗୋପାଳ ରତ୍ନ ପୁରସ୍କାର ପାଇଁ ଦେଶର ୩ତି ବର୍ଗର ନାମ ଘୋଷଣା ହୋଇଥିବାବେଳେ କୁତ୍ରିମ ପ୍ରଜନନକାରୀ ଭାବେ ୧ ନମ୍ବର ସ୍ଥାନରେ ରହିଛି ଦିଲୀପଙ୍କ ନାମ । ଏଥିସହ ଏକମାତ୍ର ଓଡ଼ିଆ ଭାବେ ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଗାଁର ଦିଲୀପ ଏହି ଜାତୀୟ ପୁରସ୍କାର ପାଇଛନ୍ତି l ଛେଣ୍ଡିପଦା ବ୍ଲକରେ ଖୁସିର ମାହୋଲ ଦେଖିବାକୁ ମିଳିଛି l ଏନେଇ ଆଜି ଟାଙ୍ଗିରି ପଂଚାୟତବାସୀଙ୍କୁ ପକ୍ଷରୁ ଦିଲ୍ଲୀପ ଙ୍କୁ ଦିଆଯାଇଛି ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା l ବାଜା ବଜାଇ ମିଠା ବାଣ୍ଟି ଦିଲୀପ ଙ୍କୁ ଗାଁ ପରିକ୍ରମା କରିଥିଲେ l ଦିଲୀପ ଗତ ୧୪ ବର୍ଷ ଧାରୀ ବାଏଫ ନାମକ ଏକ ସରକାରୀ ସୀକୃତିପ୍ରାପ୍ତ ଏନ୍‌ଜିଓରେ ଗାଈଙ୍କ କୃତ୍ରିମ ପ୍ରଜନନ ଟେକ୍ନିସିଆନ ଭାବେ କାମ କରୁଛନ୍ତି। ଏଥିସହ ପାତ୍ରପଡ଼ା ଗୋ ବିକାଶ କେନ୍ଦ୍ରର ଅଛନ୍ତି । ସେ ୧୮ଟି ଗାଁରେ ଘରକୁ ଘର ବୁଳି ଗାଈଙ୍କ କୃତ୍ରିମ ପ୍ରଜନନ, ଗର୍ଭ ପରୀକ୍ଷା, ବାଛୁରି ପାଳନ, ଛେଳି କୃତ୍ରିମ ପ୍ରଜନନ କରିଛନ୍ତି l ଗତ ୩ ବର୍ଷ ମଧ୍ୟରେ ଦିଲ୍ଲୀପଙ୍କ ଆକ୍ଲାନ୍ତ ପରିଶ୍ରମ କିରି ଗୋ ସଂଖ୍ୟା ବୃଦ୍ଧି ସହିତ ଗୋ ଚାଷୀଙ୍କୁ ସଚେତନ କରିଆସୁଛନ୍ତି I ଗତ ୩ ବର୍ଷରେ ଦିଲୀପ ୪ ହଜାରରୁ ଅଧିକ ଗାଈଙ୍କ କୃତ୍ରିମ ପ୍ରଜନନ କରାଇଛନ୍ତି। ଏହି ପୁରସ୍କାର ପାଇଁ ଦିଲୀପ ପ୍ରଧାନ ଟାଙ୍ଗିରି ଗ୍ରାମବାସୀ,ଅନୁଗୋଳ ପ୍ରାଣୀଧନ ଚିକିତ୍ସା ଅଧୂକାରୀ, ଛେଣ୍ଡିପଦା ପ୍ରାଣୀଧନ ଚିକତ୍ସାକାରୀ ଏବଂ ବାଏଫର ଜିଲା କ୍ଷେତ୍ର ଅଧିକାରୀଙ୍କ ସହଯୋଗକୁ ଶ୍ରେୟ ଦେଇଛନ୍ତି ।
ଦିଲୀପଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ପକ୍ଷରୁ ବିଭନ୍ନ ମହାଳରୁ ଶୁଭେଚ୍ଛାର ସୁଅ ଛୁଟିଛି l ଏନେଇ କେନ୍ଦ୍ର ମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଣିଥିବ ବେଳେ ଦିଲୀପଙ୍କ ଗାଁ ରେ ଟାଙ୍ଗିରି ସରପଞ୍ଚ ଆମରେଶ ନାଥ ମଧ୍ୟ ଦଲିପିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି l ଦିଲୀପଙ୍କୁ ଏହି ପୁରଷ୍କାର ପାଇବା ପରେ ଦିଲୀପଙ୍କ ପରିବାର, ଟାଙ୍ଗିରି ଗ୍ରାମବାସୀଙ୍କ ସମେତ ସେ କାର୍ଯ୍ୟ କରୁଥିବା ବିଭିନ୍ନ ପଂଚାୟତର ଗୋ ଚାଷୀ ମାନେ ଶୁଭେଚ୍ଛା ଜଣେଇଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page