ଅଜଣା ହାଇଓ୍ବା ଧକ୍କାରେ ବାଇକ୍ ଚାଳକଙ୍କର ମୃତ୍ୟୁ

ଛେଣ୍ଡିପଦା – ଅନୁଗୋଳ ରୁ ଛେଣ୍ତିପଦା ଯାଇଥିବା ୬୩ନଂ ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନା କଙ୍କରାଇ ନାଳ ନିକଟରେ ଅଜଣା ହାଇଓ୍ବା ଧକ୍କାରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଦେବଗଡ଼ ଛାଡ଼କମରା ଅଞ୍ଚଳର ଲିଟୁ କିଷାନ l ସୂଚନା ଯେ ଲିଟୁ କିଷାନ ଜିନ୍ଦଲ ରୁ କାମ ସାରି ନିଜ ଘରକୁ ଏକ ହୋଣ୍ତା ସାଇନ୍ ବାଇକରେ ଶନିବାର ସାଢେ ୭ଟା ବେଳେ ଘରକୁ ଫେରୁଥିବା ବେଳେ ଏକ ହାଇୱା ଟ୍ରକ ତାଙ୍କୁ କଙ୍କରେଇ ନାଳ ନିକଟରେ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଫଳରେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି lନିଶା ଇଣ୍ତଷ୍ଟ୍ରିଆଲ ଥାନା ପୋଲିସ ପହଞ୍ଚି ଶବ ଓ ବାଇକ୍ ଜବତ କରି ଛାନଭିନ୍ ଚଳାଇଛି । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବା ସହିତ ରାଜ୍ୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି l
