ଛେଣ୍ଡିପଦା ଓକିଲ ସଙ୍ଘ ସଭାପତି ଦୁର୍ଯ୍ୟୋଧନ ମାଝୀ, ସାଧାରଣ ସମ୍ପାଦକ ଅଶୋକ କୁମାର ଦ୍ବିବେଦୀ

0
IMG-20250329-WA0089

ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ଓକିଲ ସଙ୍ଘ ନିର୍ବାଚନ ଆଜି ଅନୁଷ୍ଠିତ ହେଉଥିବା ବେଳେ ନିର୍ଧାରିତ ସମୟରେ ଶାନ୍ତି ଶୃଙ୍ଖଳାର ଶହ ମତଦାନ ସମାପ୍ତ ହୋଇଛି । ଓକିଲ ସଂଘ ନିର୍ବାଚନର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଭୀମାକାନ୍ତ ଗଡ଼ନାୟକ, ବରିଷ୍ଠ ଆଇନଜୀବି ପ୍ରଭାତ କୁମାର ବେହେରା ଓ ଅଜୟ ବେହେରା ନିର୍ବାଚନ ପରିଚାଳନା କରୁଥିବା ବେଳେ ଚଳିତ ବର୍ଷ ସଭାପତି ପଦବୀରେ ଦୁର୍ଯ୍ୟୋଧନ ମାଝୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ନଗେନ ନନ୍ଦଙ୍କ ଠାରୁ ୨ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି l ଉପ ସଭାପତି ଭାବେ ବିଜୟ କୁମାର ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଶାନ୍ତ କୁମାର ସାହୁଙ୍କ ଠାରୁ ୩ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି lସାଧାରଣ ସମ୍ପାଦକ ଭାବେ ଅଶୋକ କୁମାର ଦ୍ବିବେଦୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସଞ୍ଜୟ କୁମାର ବେହେରାଙ୍କ ଠାରୁ ୨ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି l ସେହିପରି ସହ ସମ୍ପାଦକ ଭାବେ ବିଦ୍ୟାଧର ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଦୀପକ କୁମାର ମାଝୀଙ୍କ ଠାରୁ ୬ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି l ଚଳିତ ନିର୍ବାଚନରେ ସାଂସ୍କୃତିକ ସମ୍ପାଦକ ଓ କୋଷାଧକ୍ଷ ପଦବୀରେ କେହି ନାମାଙ୍କନ ଭରି ନାହାନ୍ତି lରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ରାଜ୍ୟରେ ୱାନ୍‌ ବାର୍‌ ୱାନ୍‌ ଭୋଟ୍ ନିୟମ ଅନୁଯାୟୀ ରାଜ୍ୟରେ ଗୋଟିଏ ଦିନ ସବୁ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେଉଛି । ଓକିଲ ସଙ୍ଘ ନିର୍ବାଚନ ସକାଳ ସାଢେ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିବା ବେଳେ ଛେଣ୍ଡିପଦା ଓକିଲ ସଙ୍ଘର ୫୦ଜଣ ପାର୍ଥି ତାଙ୍କର ମତଦାନ କରିଥିଵା ବେଳେ ଉପସଭାପତି ପଦବୀରେ ଗୋଟିଏ ଭୋଟ ନାକଚ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଭୀମାକାନ୍ତ ଗଡ଼ନାୟକ ସୂଚନା ଦେଇଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page