ମା’ରାମଚଣ୍ଡୀ ଠାକୁରାଣୀଙ୍କ ୭ଦିନ ବ୍ୟାପି ପ୍ରସିଦ୍ଧ ଏ୍ୟୌତିହାସିକ ଯାତ୍ରା ସୋମବାର

0
Oplus_16908288

Oplus_16908288

ଛେଣ୍ଡିପଦା, ଛେଣ୍ଡିପଦା ବ୍ଲକ୍‌ର ବୀରଭୁମି ତଥା ସ୍ୱାଧିନତା ସଂଗ୍ରାମୀର ଗ୍ରାମ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଠାକୁରାଣୀଙ୍କ ୭ଦିନ ବ୍ୟାପି ପ୍ରସିଦ୍ଧ ଏ୍ୟୌତିହାସିକ ଯା

ଯାତ୍ରା ପାଇଁ ନିମନ୍ତ୍ରଣ
ତ୍ରା,ବାର୍ଷିକ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମା’ଙ୍କ ପୀଠ ସ୍ଥଳ ଚଳଚଞ୍ଚଳ । ପ୍ରତ୍ୟେକ ବର୍ଷ ଭାଦ୍ରବ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଏହି ପୁଜା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଅଗଷ୍ଟ ୧୧ତାରିଖ ସୋମବାର ଦିନ ଏହିପୁଜା ଅନୁଷ୍ଠିତ ହେଉଛି । ମା’ରାମଚଣ୍ଡୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ସମାପ୍ତ ହୋଇଥିବାବେଳେ ଯାଚ୍ରା ପଡିଆ ଚଳଚଂଚଳ ହୋଇଉଠିଛି । କୋଶଳା ଗ୍ରାମର ସଭାପତି କୁତାର୍ଥ ଦେହୁରୀଙ୍କ ତତ୍ୱାବଧାନରେ ମା’ରାମଚଣ୍ଡୀ ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସଦସ୍ୟ,ଗ୍ରାମର ଦଳପତି ବୃନ୍ଦ,ଭଦ୍ରବ୍ୟକ୍ତି,କ୍ଲବ୍ ସଦସ୍ୟ,ରାମଚଣ୍ଡୀ ସେବାସଂଘ ସଦସ୍ୟ ଓ ଜନସାଧାରଣ ଯାତ୍ରା ଓ ପୂଜାର ସୁପରିଚାଳନା ପାଇଁ କିପରି ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । କମିଟର କର୍ମକର୍ତା ମାନେ ଯାତ୍ରା ପଡିଆର ସୁରକ୍ଷା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳା ନିମନ୍ତେ ଟ୍ରଷ୍ଟବୋର୍ଡ ପକ୍ଷରୁ ପ୍ରଶାସନଙ୍କୁ ଅବଗତ କରାଯାଇଛି l ପାନୀୟଜଳ,ଅନ୍ନପ୍ରସାଦ ବନ୍ଟନ,ମୁଣ୍ଡନ ,ଧାରଣା,ସୁଚନାକେନ୍ଦ୍ର,ସ୍ୱାସ୍ଥ୍ୟ,ପରିମଳ ବ୍ୟବସ୍ଥା ଇତ୍ୟାଦିର କମିଟିର ସଦସ୍ୟ ମାନଙ୍କୁ ଦାୟିତ୍ୱ ବନ୍ଟନ କରାଯାଇଛି । ବିଶେଷ ଭାବରେ ଯାତ୍ରାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଦୋକାନୀ ମାନଙ୍କର ସୁରକ୍ଷା ପ୍ରତି ବିଶେଷ ଭାବରେ ଧ୍ୟାନ ଦିଆଯିବା ନେଇ ଆଲୋଚନା କରାଯାଇଥିଲା । ଏପରିକିି ନିରବିଛିନ୍ନ ବିଦ୍ୟୁତ ଯୋଗାଣ.ପୂଜାମଣ୍ଡପରେ ଶୃଙ୍ଖଳା ଆଦି ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯଇଛି । ଟ୍ରଷ୍ଟ ବୋର୍ଡର ସଭାପତି ତଥା କୋଶଳା ସରପଂଚ ଉଦିତ କୁମାର ପ୍ରଧାନ ଓ ଟ୍ରଷ୍ଟ ବୋର୍ଡର ସମ୍ପାଦକ ଶିଦ୍ଧାର୍ଥ ଶଙ୍କର ସାହୁଙ୍କ ପରିଚାଳନାରେ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ଠାରୁ ମାଙ୍କ ଦର୍ଶନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page