ଛେଣ୍ଡିପଦା ବନାଞ୍ଚଳର କଙ୍କୁରପାଳରେ ମହାବଳ ବାଘର ପାଦଚିହ୍ନ
ଛେଣ୍ଡିପଦା,ଦେବଗଡ଼ ପରେ ଅନୁଗୋଳରେ ମହାବଳ ବାଘର ପାଦ ଚିହ୍ନ
ଦେବଗଡ଼ ପରେ ଏବେ ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନ୍ ଭିନ୍ ଆରମ୍ଭ କରିଥିବା ବେଳେ ପାଦ ଚିହ୍ନ ମହାବଳ ବାଘର ହୋଇଥିବା ସନ୍ଦେହ କରାଯାଉଛି।
ସୋମବାର ଦେବଗଡ଼ ବନାଞ୍ଚଳର ବାଘବର ନିକଟରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଥିଵା ବେଳେ ବୁଧବାର ଛେଣ୍ଡିପଦା ବନାଞ୍ଚଳର କଂକୁରପାଳ ଗାଁ ନିକଟ ଦେଇ ଏକ ମହାବଳ ବାଘ ଗଉଡୁଣୀ ନାଳ ପାରି ହୋଇ ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ସମ୍ପୃକ୍ତ ପାଦ ଚିହ୍ନରୁ ଜଣାପଡିଛି।
ବାଘର ପାଦ ଚିହ୍ନ ଦେଖି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଭୟର ବାତାବରଣ ଖେଳି ଯାଇଛି। ଏ ନେଇ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନର ଫୋଟୋ ପ୍ରିଣ୍ଟ ନେବା ପରେ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ପାଦ ଚିହ୍ନକୁ ଲିଭେଇ ଦିଆଯାଇଛି।
ବୁଧବାର ସକାଳେ ବାଘଟି କଙ୍କୁରପାଳ ଗାଁ ଦେଇ ନାଳପାର ହୋଇ ଯାଇଥିବା ଦେଖି ଗ୍ରାମବାସୀ ଜଣାଇବା ପରେ ଛେଣ୍ଡିପଦା ବନ ବିଭଗକୁ ଖବର ଦେଇଥିଵା ନେଇ ସ୍ଥାନୀୟ ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି l ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚି ରାସ୍ତା ପାର୍ଶ୍ୱରୁ ବାଘର ପାଦ ଚିହ୍ନର ଫୁଟ ପ୍ରିଣ୍ଟ ସଂଗ୍ରହ କରିଥିଲେ l ସାଇଣ୍ଟିଫିକ ଏକ୍ସପଟ ଦ୍ବାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏପରିକି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଜଙ୍ଗଲକୁ ନଯିବା ପାଇ ବାରଣ କରିବା ସହିତ ବାଘ ସମ୍ପର୍କିତ ଖବର ମିଳିଲେ ବନବିଭାଗକୁ ଜଣାଇବା ପାଇଁ
ଲୋକଙ୍କୁ ସଚେତନ କରାଯାଉଥିବା ବନାଞ୍ଚଳ କର୍ମଚାରୀ ମାନେ ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇ ବାଘର ସ୍ଥିତି ଅନୁଧ୍ୟାନ କରାଯାଉଥିବା ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ରାଶୁଚିସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ବନ ବିଭାଗ ଏ ପର୍ଯ୍ୟନ୍ତ ବାଘର କୌଣସି ଫଟୋ ଚିତ୍ର ଉତ୍ତୋଳନ ହୋଇ ନଥିବା ବେଳେ ବାଘକୁ କେହି ଦେଖିନାହାନ୍ତି କିନ୍ତୁ ସୋସିଆଲ ମିଡିଆରେ ଘୃବୁଲୁଥିବା ବାଘର ଫଟୋ ଚିତ୍ର ତାଡୋବା ଟାଇଗର ସଂରକ୍ଷଣ ଜଙ୍ଗଲର ମୋହରଲି ରୋଡ୍ ଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାପଡିଛି l
