ନବରାତ୍ରରେ କନ୍ୟାରତ୍ନଙ୍କୁ ସମ୍ମାନ ଜଣାଇଲା କ୍ରିସ୍ ହସପିଟାଲ

0

ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ କ୍ରିସ୍ ହସପିଟାଲ ପକ୍ଷରୁ ନବରାତ୍ରରେ କନ୍ୟାରତ୍ନଙ୍କୁ ସମ୍ମାନ ଜଣାଯାଇଛି । ଛେଣ୍ଡିପଦା ବ୍ଲକରେ ୧ହଜାର ପୁଅଙ୍କ ମଧ୍ୟରେ ୮୩୬ ଜଣ ଝିଅ ଅଛନ୍ତି l ତେଣୁ ସୃଷ୍ଟିର ଆରମ୍ଭ କନ୍ୟାମାନଙ୍କ ଠାରୁ ହିଁ ହୋଇଥାଏ। ପୃଥିବୀରେ ପ୍ରକୃତି ସ୍ବରୂପ ମା ଶକ୍ତିଙ୍କର ପ୍ରତିନିଧିତ୍ବ କରିଥାନ୍ତି। ଶାସ୍ତ୍ରମତ ଅନୁଯାୟୀ ମନୁଷ୍ୟ ପ୍ରକୃତି ରୂପି କନ୍ୟାଙ୍କର ପୂଜା କରିବା ଦ୍ବାରା ମାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି କନ୍ୟା ମାନଙ୍କ ଠାରେ ଦେବୀ ଦୁର୍ଗା ବାସ କରିଥାନ୍ତି। ତେଣୁ ଆମେ କନ୍ୟାଙ୍କ ସୁରକ୍ଷା ନେଇ ଏହି ପ୍ରୟାସ କରାଯାଇଥିଲା କ୍ରିସ ହସ୍ପିଟାଲର ପରିଚାଳକ ଡ଼ କଲାକର ସାହୁ ପ୍ରକାଶ କରିଛନ୍ତି ଏନେଇ ସରକାର ନିର୍ଦ୍ଦେଶ ଅନୁଯାୟୀ ଏହି ନବରାତ୍ର ମଧ୍ୟରେ ଜନ୍ମତ ୧୯ଟି କନ୍ୟା ରତ୍ନକୁ ସୁସଜ୍ଜିତ କରି ନୂତନ ବସ୍ତ୍ର ପରିଧାନ କରି ସମ୍ମାନ ଜଣାଇଥିଲେ ଏଥିସହିତ ଜଣେ ଗର୍ଭବତୀ ମହିଳା ଗର୍ଭଧାରଣ ସମୟର୍ର ଦୁର୍ଘଟଣାରେ ସ୍ବାମୀ ନଷ୍ଟ ହୋଇ ଥିବା ବେଳେ ନବମୀ ତିଥିରେ ଜନ୍ମ ଦେଇଥିବା ଏକ କନ୍ୟା ସନ୍ତାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ନୂତନ ବସ୍ତ୍ରରେ ସୁସଜ୍ଜିତ କରିବା ସହ ଏକ ସୁନାର ଲକେଟ୍ ହସ୍ପିଟାଲ ପକ୍ଷରୁ ଉପହାର ଦେଇଥିଲେ । ଏନେଇ ନବରାତ୍ର ମଧ୍ୟରେ ହସ୍ପିଟାଲକୁ ଆସିଥିବା ଗର୍ଭବତୀ ମା ମାନେ ହସପିଟାଲର ଏହି ନିଆରା ପ୍ରୟାସକୁକୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଥିଲେ ।

About The Author

Leave a Reply

Your email address will not be published. Required fields are marked *

You cannot copy content of this page