୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୭୪ ମାମଲାର ଫଇସଲା l

ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦର ମହକୁମାରେ ଥିବା ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡିପଦା ତାଲୁକ ଆଇନ ସେବା ପ୍ରାଧିକରଣର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଚାରପତି ଶୁଭଲକ୍ଷ୍ମୀ ପଟ୍ଟନାୟକ ଯୋଗ ଦେଇ ବିଚାରଧୀନ ଥିବା ୧୭୪ ଟି ମାମଲାର ଫଏସଲା କରିଥିଲେ l ସେଥିମଧ୍ୟରୁ ବୈବାହିକ ବିବାଦ ଜନିତ ଗୋଟିଏ ଓ ୬୬ଫୌଜଦାରି ମାମଲାର ଫଇସଲା କରାଯାଇଥିଲା ଏବଂ ଛେଣ୍ଡିପଦା ଟିପିସିଓଡିଏଲ କମ୍ପାନୀର ବକେୟା ବିଲ ସମ୍ବନ୍ଧୀୟ ୬୬ଟି ମାମଲାର ଫଇସଲା କରାଯାଇ ୫ଲକ୍ଷ ୯୪ହଜାର ଟଙ୍କା ଜରିମନା ଆଦାୟ କରାଯାଇଛି l ଏହି ଲୋକ ଅଦାଲତରେ ସରକାରୀ ଓକିଲ ଲକ୍ଷ୍ମିଧର ପ୍ରଧାନ ମାମଲା ପରିଚାଳନା କରିଥିବା ବେଳେ ଛେଣ୍ଡିପଦା ଟିପିସିଓଡିଏଲର ଯନ୍ତ୍ରୀ ଜିତେନ୍ କୁମାର ସାହୁଙ୍କ ସମେତ ଓକିଲ ସଙ୍ଘର ସମସ୍ତ ସଦସ୍ୟଙ୍କ ସମେତ ଛେଣ୍ଡିପଦା ଅଦାଲତର ସମସ୍ତ କର୍ମଚାରୀ ଓ ସିଏସଆଇ ପ୍ରମୁଖ ଉପସ୍ଥିତ ରହି ମାମଲାର ପରିଚାଳନାରେ ସହଯୋଗ କରିଥିଲେ ।
