Warning: mysqli_real_connect(): Headers and client library minor version mismatch. Headers:30316 Library:30408 in /home/cpdnews1/public_html/wp-includes/class-wpdb.php on line 1994
ଦିନ ଦିପହରରେ ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ l – CPD NEWS

ଦିନ ଦିପହରରେ ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ l

0
IMG-20251220-WA0169

ଛେଣ୍ଡିପଦା , ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ମାରୁୱାଡି ଧର୍ମଶାଳାରୁ ଘରେ କେହି ନଥିବା ବେଳେ ଦିନ ଦୀପହରରେ ଘରର ତାଲା ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା l ସୂଚନା ଯେ କଲିକତା ମେଦିନପୁର ଓ ମାଳଡ଼ା ଅଞ୍ଚଳର ବଙ୍ଗୀୟ ବ୍ୟବସାୟୀ ମାନେ ପ୍ରାୟ ଅଠର ବର୍ଷରୁ ଉର୍ଦ୍ଧ ହେବ ବାଗଡିଆ ମାରୁୱାଡି ଧର୍ମଶାଳାରେ ଭଡା ନେଇ କମଳ, ବେଡିସିଟ ଆଦି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ l ଶନିବାର ସବୁଦିନ ପରି ବଙ୍ଗୀୟ ବ୍ୟବସାୟୀ ମାନେ ବେପାର କରିବା ପାଇଁ ଯାଇଥିଲେ କିନ୍ତୁ ଫେରିଲା ବେଳେ ରହୁଥିବା ୩ଟି ଭଡା ଘରର ତାଲା ଓ କବାଟ ଭାଙ୍ଗି ଯାଇଥିବା ଦେଖିଥିଲେ l ଘର ଭିତରୁ ବଙ୍ଗୀୟ ବ୍ୟବସାୟୀ ଏସକେ ଜାହାଙ୍ଗୀରଙ୍କର ୮୦ହଜାର, ଏସକେ ୟାଜୁଲଙ୍କର ୮ହଜାର, ଲତିଫୁଲ ସେକଙ୍କର ୧୧ହଜାର ଓ ମହମଦ ଇସ୍ମାଇଲ ସେକଙ୍କର ୨୦ହଜାର ୨୦୦ଟଙ୍କା ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ l ୪ ଜଣ ବ୍ୟବସାୟୀ ମହାଜନ କୁ ଦେବା ପାଇ ଗଛିତ ରଖିଥିବା ପ୍ରାୟ ୧ଲକ୍ଷ ୧୯ହଜାର ଟଙ୍କା ଲୁଟ ହୋଇଥିଲା l ଏନେଇ ବ୍ୟବସାୟୀ ମାନେ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ବାଗଡିଆ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଚଳାଇଛି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page