କଣଲୋଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ
ଛେଣ୍ଡିପଦା:ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ୍ କଣଲୋଇ ଉଚ୍ଚ ବିଦ୍ୟାଳୟରେ ୨ଦିନ ବ୍ୟାପି ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ମୟ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁ ିତ ହୋଇଯାଇଛି । କ୍ରୀଡା ଉତ୍ସବରେ ପ୍ରଥମ ଦିବସରେ ଅତିଥି ଭାବେ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଧିରାଜ ମାଝି,ଅବସର କ୍ରୀଡା ଶିକ୍ଷକ ଅଚ୍ୟୁତାନନ୍ଦ ମାଝି,ମୋସ୍କୁଲ ଅଭିଯାନର ସଭାପତି ଦଳଗଞ୍ଜନ ମାଝି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୁର୍ବକ କ୍ରୀଡାକୁ ଅନୁ ।ନିକ ଭାବେ ଉଦ୍ଘାଟନ କରିଥିଲେ । କ଼୍ରୀଡାରେ ପୁରତନ ଛାତ୍ର ମହେଶ ମାଝିଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ଗ୍ରାମର ଶିବମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଥିଲା । କ୍ରୀଡାରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର କ୍ରୀଡାରେ ଭାଗ ନେଇଥିଲେ । କ୍ରୀଡାର ଦ୍ୱିତୀୟ ଦିବସ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣଲୋଇ ସରପଂଚ ଜନ୍ମେଜୟ ମାଝି,ସମ୍ମାନୀତ ଅତିଥି ଗ୍ରାମ ସଭାପତି ଅନନ୍ତ ଚରଣ ମାଝି,କୋଷାଧ୍ୟକ୍ଷ ରାଜେନ୍ଦ୍ର ମାଝି ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡାକୁ ବିଦ୍ୟାଳୟର ଶିକ୍ଷକ ଦୟାନିଧି ସାହୁ,ଦେବାଶିସ ବାର୍ଲା,କମଳଲୋଚନ ସାହୁ,ଆଲୋକ କୁମାର ପ୍ରଧାନ,କର୍ମଚାରୀ ନିର୍ମଳ ଦେହୁରୀ,ଲଲାଟେନ୍ଦୁ ଶେଖର ସାହୁ ପ୍ରମୁଖ ପରିଚାଳନା କରିଥିଲେ । କ୍ରୀଡାରେ ବିଦ୍ୟାଳୟର ଛାତ୍ର ସମିର ବେହେରା ଓ ଛାତ୍ରୀ ଝରଣା ମାଝି ଚମ୍ପିୟାନ ହୋଇଥିଲେ ।

