696dbdc0b0e80

ରେକର୍ଡ ୯ମ ଥର ପାଇଁ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ(Budget) ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ସେ ୨୦୪୭ ବିକଶିକ ଭାରତ ଉପରେ ଫୋକସ କରିଥିବା ବେଳେ ମୋଟ ୫୩,୪୭,୩୧୫ କୋଟି ଟଙ୍କାର ବଜେଟକୁ ସାର୍ବଜନୀନ କରିଛନ୍ତି।

ରେଳ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ଶିକ୍ଷା ବିଭାଗକୁ ମିଳିଛି ସବୁଠାରୁ ଅଧିକ ପାଣ୍ଠି। ସେହିପରି ଗ୍ରାମୀଣ ବିକାଶ ଓ ରୋଜଗାର ଉପରେ ମଧ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ବଜେଟ ଉପସ୍ଥାପନ ବେଳେ କହିଛନ୍ତି ଅର୍ଥମନ୍ତ୍ରୀ ସୀତରମଣ। ଏଥିସହ ଏପ୍ରିଲ ୧ରୁ ଦେଶରେ ନୂଆ ଆୟକର ଆଇନ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି।

କେଉଁ ପ୍ରମୁଖ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ କରାଯିବ, ତା’ ଉପରେ ନଜର ପକାନ୍ତୁ 

୧- ପେନସନ- ୨,୯୬,୨୧୪ କୋଟି

୨- ପ୍ରତିରକ୍ଷା- ୫,୯୪,୫୮୫ କୋଟି

୩- ସାର- ୧,୭୦,୭୮୧ କୋଟି

୪- ଖାଦ୍ୟ- ୨,୨୭,୬୨୯ କୋଟି

୫- ପେଟ୍ରୋଲିୟମ- ୧,୨୦,୮୫ କୋଟି

୬- କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ – ୧,୬୨, ୬୭୧ କୋଟି

୭- କର୍ମସ ଓ ଇଣ୍ଡଷ୍ଟ୍ରୀ – ୭୦,୨୯୬ କୋଟି

୮- ଉତ୍ତରପୂର୍ବର ବିକାଶ – ୬,୮୧୨ କୋଟି

୯- ଶିକ୍ଷା – ୧,୩୯,୨୮୯ କୋଟି

୧୦- ଶକ୍ତି – ୧,୦୯,୦୨୯ କୋଟି

୧୧- ବୈଦେଶିକ ବ୍ୟାପାର – ୨୨,୧୧୯ କୋଟି

୧୨- ଅର୍ଥ – ୨୦,୬୪୯ କୋଟି

୧୩- ସ୍ୱାସ୍ଥ୍ୟ – ୧,୦୪,୫୯୯ କୋଟି

୧୪- ସ୍ୱରାଷ୍ଟ୍ର – ୨,୫୫,୨୩୪ କୋଟି

୧୫- ସୁଧ- ୧,୪୦,୩୯୭୨ କୋଟି

୧୬- ଆଇଟି ଓ ଟେଲିକମ –  ୭୪,୫୬୦

୧୭- ଗ୍ରାମୀଣ ବିକାଶ – ୨,୭୩,୧୦୮ କୋଟି

୧୮- ବିଜ୍ଞାନଭିତ୍ତିକ ବିଭାଗ – ୫୫,୭୫୬ କୋଟି

୧୯- ସମାଜିକ କଲ୍ୟାଣ – ୬୨,୩୬୨ କୋଟି

୨୦- ଟିକସ ପ୍ରଶାସନ – ୪୫,୫୦୦ କୋଟି

୨୧- ପରିବହନ – ୫,୯୮,୫୨୦ କୋଟି

୨୨- ନଗର ଉନ୍ନୟନ – ୮୫,୫୨୨ କୋଟି

୨୩- ଅନ୍ୟାନ୍ୟ ଖର୍ଚ୍ଚ – ୫,୫୬,୦୨୧ କୋଟି

Please follow and like us:

About The Author

Leave a Reply

Your email address will not be published. Required fields are marked *