ବନ୍ଧୁକ ଦେଖାଇ କଟୁରୀରେ ହାଣି ଲୁଟିନେଲେ ଦୁର୍ବୁତ୍ତ ୪୯ହଜାରରୁ ଉର୍ଦ୍ଧ ଟଙ୍କା ଲୁଟ

0
IMG_20250110_20245073

ଛେଣ୍ଡିପଦା -ପୁଣି ଅନୁଗୋଳ ଜିଲ୍ଲାରେ ମାତିଲେ ଲୁଟେରା l ଜନସେବାକେନ୍ଦ୍ର ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ କଟୁରୀରେ ହାଣି ୪୯ହଜାରରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ l ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମରେ l କମ୍ପସଲା ଗ୍ରାମର ଛକରେ ଥିବା ଜନସେବା କେନ୍ଦ୍ର ପରିଚାଳକଙ୍କ ଠାରୁ2ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ କଟୁରୀରେ ହାଣି ୪୯ହାଜରରୁ ଉର୍ଦ୍ଧ ଟଙ୍କା ଲୁଟ ନେବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଯେ କମ୍ପସଲା ଜଙ୍ଗଲ ମୌଜାର ଜିତେନ୍ଦ୍ର ସାହୁ କମ୍ପସଲା ଗ୍ରାମ ଛକ ଠାରେ ଥିବା ନିଜର ଜନସେବା କେନ୍ଦ୍ରକୁ ସବୁଦିନ ପରି ରାତି ୯ଟା ବେଳେ ବନ୍ଦ କରି ତାଙ୍କ ଘର କେନ୍ଦୁପଶି ଗ୍ରାମକୁ ଫେରୁଥିବା ବେଳେ କେନ୍ଦୁପଶି ତାଳବୁରି ନିକଟରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ତାଙ୍କୁ ଅଟକାଇ ଟଙ୍କା ବ୍ୟାଗ ମାଗିଥିଲେ l ଜିତେନ୍ଦ୍ର ନଦେବାରୁ ଜଣେ ଦୁର୍ବୁତ୍ତ ଏକ ଭୁଜାଲିରେ ତାଙ୍କ ଡାହାଣ ଗୋଡ଼କୁ ଚୋଟ ପକାଇ ଟଙ୍କା, ଲାପଟପ,ମୋବାଇଲ ଓ ଜଣ ସେବକେନ୍ଦ୍ରର ଗୁରୁତ୍ୱପୂର୍ଣ କାଗଜ ପତ୍ର ଥିବା ବ୍ୟାଗକୁ ଛଡାଇ ନେଇ ପଳାଇ ଯାଇଥିଲେ lସେଠାରୁ କିଛି ଦୂରରେ ଯିବା ପରେ ଲାପଟପ ଓ ମୋବାଇଲକୁ ଫିଙ୍ଗି ଦେଇ ଦୁର୍ବୁତ୍ତ ମାନେ ୪୯ହଜାର ନଅଶହ ୫୦ଟଙ୍କା ଓ ଜନସେବା କେନ୍ଦ୍ରର କାଗଜପତ୍ର ନେଇ ଫେରାର ହୋଇ ଯାଇଥିଲେ l ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ଉଦ୍ଧାର କରି ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଜିତେନ୍ଦ୍ର ଚିକିତ୍ସା ହୋଇ ସୁସ୍ଥ ଅନୁଭବ କରିବାପରେ ଆଜି ଅପରାହ୍ନରେ ଜିତେନ୍ଦ୍ର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଆଧାର କରି ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ କରାଯିବ ସହିତ ପୋଲିସ ଘଟଣାର ଛାନ ଭିନ ଚଳାଇଥିବା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ପ୍ରକାଶ କରିଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page