ଥାନା ନିକଟରୁ ମୋଟର ସାଇକେଲ ଚୋରୀ

ମୋଟର ସାଇକେଲ ଚୋରୀ କରି ନେଉଥିବା ବେଳର ଫଟୋ
ଛେଣ୍ଡିପଦା,ଅନୁଗୋଳ ଜିଲ୍ଲାପାଳ ବାଗଡିଆ ଥାନା ନିକଟସ୍ଥ ଦୋକାନ ସମୁଖରୁ ମୋଟର ସାଇକେଲ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି l ସୂଚନା ଯେ ଶିମିଳିପାଳ ଗ୍ରାମ ପଞ୍ଚାୟତ ବରନାଳି ଗ୍ରାମର ଅରବିନ୍ଦ ବେହେରା ବାଗଡିଆ ବଜାରକୁ ସଉଦା କିଣିବାକୁ ଆସିଥିବା ବେଳେ ଥାନା ନିକଟରେ ଥିବା ଏକ ତେଜରାତି ଦୋକାନ ସମୁଖରେ ତାଙ୍କ ୟୁନିକର୍ଣ୍ଣ ମୋଟର ସାଇକେଲକୁ ରଖି ସଉଦା କିଣି ଥିଲେ l ସଉଦା କିଣି ଫେରିଲା ବେଳେକୁ ତାଙ୍କ ରାଖିଥିବା ସ୍ଥାନରେ ତାଙ୍କ ମୋଟର ସାଇକେଲ ନଥିବା ଦେଖି ମୋଟର ସାଇକେଲକୁ ଖୋଜି ଥିଲେ l ଏ ନେଇ ସ୍ଥାନୀୟ ଦୋକାନରେ ସିସି ଟିଭି କ୍ୟାମେରାରେ ଜଣେ କଲା ପୋଷାକ ପିନ୍ଧିଥିବା ଯୁବକ ଚୋରୀ କରି ନେଇଥିବା ଦେଖିଥିଲେ l ଏନେଇ ଅରବିନ୍ଦ ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ lଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l

Leave a Reply

Your email address will not be published. Required fields are marked *