ପୁଣିଥରେ କୋଇଲା ଖଣିକୁ ବିରୋଧ କରି ବିରାଟ ରାଲିରେ ଆସି ତହସିଲ ଘେରାଉ କଲେ ଆଞ୍ଚଳିକ ସୁରକ୍ଷା ମଞ୍ଚ

0
IMG_20250304_17353210
ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ରାଲିରେ ଆସି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି l

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ପୁଣିଥରେ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଡାକରାରେ କ୍ଷତି ଗ୍ରସ୍ତ ପ୍ରଜା ମାନେ ଏକ ବିରାଟ ରାଲିରେ ଆସି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ପୋଡାପଡା, ହାଣ୍ଡିଗୋଡା, ମାଛକୁଟା ସାଲୁଇଖମଣ ଆଦି ଗ୍ରାମର ପ୍ରାୟ ଏକ ହାଜରରୁ ଉର୍ଦ୍ଧ କ୍ଷତିଗ୍ରସ୍ତ ପୁରୁଷ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇ ଛେଣ୍ଡିପଦା ଡାବଙ୍ଗଳା ଠାରୁ ଏକ ବିରାଟ ରାଲିରେ ଆସି ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଦଳଗତ ନିର୍ବିଶେଷରେ ବିସ୍ଥାପିତ ପରିବାର ପରିବେଶବିତ ଓ ସ୍ବେଛାସେବୀ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ lଜିଲ୍ଲା ପ୍ରଶାଶନ ତରଫରୁ ବାହାର ରାଜ୍ୟର କମ୍ପାନୀ ଯଥା, ଗୁଜୁରାଟ୍ ର (G.M.D.C) ଓ ତେଲେଙ୍ଗାନାର (SCCL) କମ୍ପାନୀ ସଠିକ ଭାବେ ଗ୍ରାମ ସଭା ଓ ପଲ୍ଲୀ ସଭା ନକରି ଜନତାଙ୍କର ଚାଷ, ବାସଗୃହ, ଜଙ୍ଗଲ, ବିଦ୍ୟାଳୟ, ଜଳସେଚନ ପ୍ରକଳ୍ପ ତ‌ଥା ପାଣି ନାଳ ଓ ଗୋଚର କିସମର ହଜାର ହଜାର ଏକର ଜମିକୁ ଜମି ମାଲିକ ମାନଙ୍କ ଇଛା ବିରୁଦ୍ଧରେ ଶାଗମାଛ ଦରରେ ଅଧିଗ୍ରହଣ କରାଯାଉଛି | ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କ ବିକାଶ ପାଇଁ ମା ପାଇଁ ଗଛଟିଏ ବୋଲି ଡ଼ିଣ୍ଡିମ ପିଟୁଥିବା ଡବଲ୍ ଇଞ୍ଜିନ୍ ସରକାର ଛେଣ୍ଡିପଦା ଅଞ୍ଚଳ ବାସୀଙ୍କ ସ୍ବାର୍ଥକୁ ଦଳି ଚକଟି କମ୍ପାନୀ ସ୍ବାର୍ଥ ପାଇଁ ଯୋର୍ ଜବରଦସ୍ତ ବେଆଇନ୍ ଭାବେ ଲକ୍ଷ ଲକ୍ଷ ଗଛ କାଟି କମ୍ପାନୀ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି l ଏନେଇ ଲୋକ ବାରମ୍ଵାର ପ୍ରତିବାଦ ସତ୍ତ୍ବେ ଜିଲ୍ଲାର ପ୍ରଶାଶନିକ ଅଧିକାରୀ ମାନେ ଚଞ୍ଚକତା କରି ଜନ-ଜୀବନ ଓ ଜୀବିକା, ପରିବେଶ ଏବଂ ପଷୁପକ୍ଷୀଙ୍କ ବ୍ୟାପକ କ୍ଷତି କରିବାକୁ ବସିଛନ୍ତି lଏନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କର୍ଣ୍ଣପାତ କରୁ ନାହାନ୍ତି l ଫଳରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ଡାକରାରେ କ୍ଷତିଗ୍ରସ୍ତ ପ୍ରଜାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜିଲ୍ଲା ପ୍ରଶାସନକୁ କଡା ସମାଲୋଚନା କରିଥିଲେ l ଏନେଇ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଛେଣ୍ଡିପଦାର ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଏନେଇ ଅତିରିକ୍ତ ତହସିଲଦାର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିବା ପରେ ଧାରଣା ପ୍ରତ୍ୟହୃତ ହୋଇଥିଲା l ଏହି ଆନ୍ଦୋଳନରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ବିଦ୍ୟାଧର ସାହୁ ,ଆଞ୍ଚଳିକ ସୁରକ୍ଷା ମଞ୍ଚ ସଦସ୍ୟା ସସ୍ମିତା ବେହେରା,ଏନଆଇ ସିୟୁର ସଭାପତି ଦିଗାମ୍ବର ଗଡ଼ନାୟକ, ଏସୟୁସିଆଇ ନେତା ରଣଜିତ ପ୍ରଧାନ, ଉଦୟନାଥ ବେହେରା,ଜିତେନ୍ଦ୍ର ସାହୁ,ଙ୍କ ସମେତ ପ୍ରାୟ ୧ହାଜରରୁ ଉର୍ଦ୍ଧ ପୁରୁଷ ଓ ମହିଳା ସାମିଲ ହୋଇଥିଲେ l

About The Author

Leave a Reply

Your email address will not be published. Required fields are marked *

You cannot copy content of this page