ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳର ନାଉପଦା ଗାଁ ମାଟି ଗାଡ଼ିଆ ନିକଟସ୍ଥ ଏକ ଆମ୍ବ ତୋଟାରୁ ବିପୁଳ ପରିମାଣର ଶାଳ, ଶାଗୁଆନ କାଠ ଗଣ୍ଡିକୁ ବନବିଭାଗ ଜବତ କରିଛି l ସୂଚନା ଯେ ଜରପଡା ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାଏକ ନାଉପଦା ମାଟିଗାଡ଼ିଆ ସାହିରେ ବେଆଇନ ଭାବେ କାଠ କଟାଯାଉଥିବା ଖବର ପାଇ ସଦଳବଳେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ବନବିଭାଗକୁ ଦେଖି କାଠ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ବନବିଭାଗ କର୍ମଚାରୀ ମାନେ ଆମ୍ବତୋଟା ଭିତରୁ ୧୧ଟି ଶାଗୁଆନ ଗଣ୍ଡି, ୩୦ଟି ଶାଳ କାଠ ଗଣ୍ଡି ଜବତ କରିଥିଲେ l ଜବତ ପରେ ବନବିଭାଗ କାଠ ଗଣ୍ଡି ଗୁଡିକୁ ଟ୍ରାକ୍ଟର ସହାର୍ଯ୍ୟରେ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ଲେହି ଚଢ଼ାଉରେ ଫରେଷ୍ଟର ଲିଙ୍ଗରାଜ ଦେହୁରୀ, ବସନ୍ତ ଗଡ଼ନାୟକଙ୍କ ସମେତ ବନରକ୍ଷୀ ଓ ହାତୀ ସ୍କୱାର୍ଡ କର୍ମଚାରୀ ମାନେ ସାମିଲ ହୋଇଥିଲେ l
ବିପୁଳ ପରିମାଣର ଶାଳ, ଶାଗୁଆନ କାଠ ଗଣ୍ଡି ଜବତ
