ଉଧାରୀ ଟଙ୍କା ନ ଫେରାଇବାରୁ ଅବସର ପ୍ରାପ୍ତ ଶିକ୍ଷଙ୍କୁ କଲାର ଧରି ଘୋଷଡ଼ି ମାଡ଼ ମାରିଲେ ମହିଳା
ଛେଣ୍ଡିପଦା. – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ପରିସରରେ ଉଧାରୀ ଟଙ୍କାକୁ ନେଇ ଜଣେ ମହିଳା ଅବସର ପ୍ରାପ୍ତ ଶିକ୍ଷକଙ୍କୁ କଲାର ଧରୀ ଘୋଷାଡି ମାରିବାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି l ଯାହା ଏବେ ଛେଣ୍ଡିପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏପରି ଘଟଣାକୁ ଜଣ ସାଧାରଣ ନିନ୍ଦା ମଧ୍ୟ କରିଛନ୍ତି l ସୂଚନା ଯେ ବାଗଡିଆ ଅଞ୍ଚଳର ଅବସର ପ୍ରାପ୍ତ ଶିକ୍ଷକ ଗତ କାଲୀ ଜରୁରୀ କାମରେ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ଆସିଥିଲେ l ଏହି ସମୟରେ ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳା ହଠାତ ପହଁଚି ଅବସର ପ୍ରାପ୍ତ ଶିକ୍ଷକଙ୍କ କଲାରକୁ ଧରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ପୁଅ ସମୁଖରେ ମାଡ଼ ମାରିଥିଲେ l ଏନେଇ ଅବସର ପ୍ରାପ୍ତ ଶିକ୍ଷକଙ୍କ ପୁଅ ବାରଣ କରିଥିଲେ ମଧ୍ୟ ମହିଳା ଜଣଙ୍କ କଲାର ଧରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପର୍ଯ୍ୟନ୍ତ ନେଇ ଆସିଥିଲେ l ଏନେଇ କିଛି ଆଇନଜୀବୀ ମଧ୍ୟ ମହିଳାଙ୍କୁ ବୁଝା ଶୁଝା କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ମହିଳା ଜଣଙ୍କ ଶୁଣି ନଥିଲେ l କିଛି ସ୍ଥାନୀୟ ଲୋକେ ଯଦି ଶିକ୍ଷକ ଜଣଙ୍କ ଟଙ୍କା ଧାର ନେଇଛନ୍ତି ଆପଣ ଥାନାରେ ଅଭିଯୋଗ କାହିଁକି କଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି l ଏନେଇ ଥାନାରେ ଅବସର ପ୍ରାପ୍ତ ଶିକ୍ଷକ ଓ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତେବେ ଏନେଇ ଅବସର ପ୍ରାପ୍ତ ଶିକ୍ଷକଙ୍କର କୌଣସି ପତିକ୍ରିୟା ମିଳିପାରିନାହିଁ l ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କଠାରୁ ୧ଲକ୍ଷ ଟଙ୍କା ଉଧାରୀ ନେଇ ଥିଲେ ଏବଂ ଋଣ ପରିଶୋଧ ନକରିବାରୁ ମହିଳା ଜଣକ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ l ସେ ଦୁଇଟି କିସ୍ତିରେ ଟଙ୍କା ପରିଶୋଧ ପାଇ ଚେକ ଦେଇଥିଲେ l କିନ୍ତୁ ଚେକରେ ଟଙ୍କା ଉଠି ନଥିଲା l ଏନେଇ ଟଙ୍କା ମାଗିଲେ ଶିକ୍ଷକ ଓଃ ତାଙ୍କ ପରିବାର ଲୋକ ଗାଳିଗୁଲଜ କରିବା ସହିତ ଧମକ ଦେଉଥିଲେ l ଗତ କାଲି ତାଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରେ ଟଙ୍କ ମାଗିବାରୁ ଅସଦାଚରଣ କରିଥିବା ନେଇ ପ୍ରକାଶ କରିଛନ୍ତି l ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଅଭିଯୋଗକୁ ଭିତ୍ତିକରୀ ଛେଣ୍ଡିପଦା ଥାନା କେସ ନଂ ୫୬୪/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ପ୍ରକାଶ କରିଛନ୍ତି l ଏନେଇ ଆଇନଜୀବୀ ଲଷ୍ମୀଧର ପ୍ରଧାନ କହିଛନ୍ତି ଉଧାର ଟଙ୍କାକୁ ନେଇ ସର୍ବସାଧାରଣ ସ୍ଥାନରେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକଙ୍କୁ କଲାର ଧରି ମାଡ଼ ମାରିବା ଏହା ଅତ୍ୟନ୍ତ ନିନ୍ଦନୀୟ l ଏନେଇ ଆଇନକୁ ହାତକୁ ନ ନେଇ ଥାନାର ଦ୍ୱାରସ୍ଥ କିମ୍ବା ପ୍ରତ୍ୟକ କୋର୍ଟରେ ଥିବା ଆଇନ ସେବା ପ୍ରାଧିକରଣ ସହାୟତା ନେଇ ପାରିବେ l ଏପରି କରିବା ଠିକ ନୁହେଁ ବୋଲି ପ୍ରକାଶ କରିଛନ୍ତି
