ଘଞ୍ଚ ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ, ୫ ଶହରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ କଲା ବନବିଭାଗ

0
IMG-20251108-WA0077

ଛେଣ୍ଡିପଦା, ଅନୁଗୋଳ ବନଖଣ୍ଡ ଜରପଡା ବନାଞ୍ଚଳ ପକ୍ଷରୁ ଜରପଡା ସେକ୍ସନର ପଥରଗଡ଼ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଲଗା ଯାଇଥିବା ୫ଶହରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ନଷ୍ଟ କରିଛି ବନବିଭାଗ l ଜରପଡା ବନାଞ୍ଚଳ ପକ୍ଷରୁ ପଥରଗଡ଼ ସଂରକ୍ଷିତ ଜଙ୍ଗଲକୁ ଡ୍ରୋନ ମାଧ୍ୟମରେ ନିରୀକ୍ଷଣ କରାଯାଉଥିବା ବେଳେ ସରକ୍ଷିତ ଜଙ୍ଗଲକୁ କାଟି ବ୍ୟାପକ ଗଞ୍ଜେଇ ଲାଗିଥିବା ଜାଣିବାକୁ ପାଇଥିଲେ l ଏନେଇ ଜରପଡା ରେଞ୍ଜର ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବାଲିପଟା, ଅନ୍ତୁଳିଆ ଓଃ ଜରପଡା ସେକ୍ସନର କର୍ମଚାରୀ ମାନଙ୍କୁ ନେଇ ଚଢ଼ାଉ କରିଥିଲେ l ବନ ବିଭାଗ ଚଢ଼ାଉ କରିବା ଖବର ପାଇ ପାଇ ମାଫିଆ ମାନେ ଫେରାର ହୋଇଯାଇଥିଲେ l ବନବିଭାଗ କର୍ମଚାରୀ ମାନେ ଅଧା

ଜଙ୍ଗଲରେ ଗଞ୍ଜେଇ ଗଛକୁ ନଷ୍ଟ କଲେ ବନ କର୍ମଚାରୀ
ବିଜ୍ଞାପନ ଜିନ୍ଦଲ ଷ୍ଟିଲ
ହେକ୍ଟର ଯାଗାରେ ହୋଇଥିବା ପ୍ରାୟ ୫ଶହରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟିବା ସହିତ ପୋଡି ନଷ୍ଟ କରିଥିଲେ l ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page