ଜାତୀୟ ରାଜପଥରେ ବଲେରୋ ଓଲଟି ୪ଜଣ ତ୍ରିର୍ଥଯାତ୍ରୀ ଆହତ

0
Screenshot_20251110_205203_WhatsApp

୫୫ନଂ ଜାତୀୟ ରାଜପଥରେ ଓଲଟିଲା ଵଲେରୋ

୫୫ନଂ ଜାତୀୟ ରାଜପଥରେ ଓଲଟିଲା ଵଲେରୋ
ଛେଣ୍ଡିପଦା – ଅନୁଗୋଳ -ସମ୍ବଲପୁର 55 ନଂ ଜାତୀୟ ରାଜପଥର ଜରପଡା ଥାନା ଜେରେଙ୍ଗ୍ ଦେହୁରୀ ସାହି ଠାରେ ଓଲଟିଲା ତୀର୍ଥଯାତ୍ରୀ ନେଇ ଯାଉଥିବା ବଲେରୋ । ଫଳରେ ୪ଜଣ ତ୍ରୀର୍ଥଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ , ଛତିଶଗଡ଼ରୁ ଏକ ବଲେରୋ ଗାଡ଼ିରେ ୪ଜଣ ତ୍ରୀର୍ଥଯାତ୍ରୀ ପୁରୀ ଦର୍ଶନ ସାରି ଫେରୁଥିବା ବେଳେ ଜରପଡା ଥାନା ଜେରେଙ୍ଗ୍ ଦେହୁରୀସାହି ଠାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ବଲେରୋ ଟି ଓଲଟି ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ତୀର୍ଥ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ୪ଜଣ ତ୍ରିର୍ଥଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ l ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କର ପରିଚୟ ମିଳିପାରିନାହିଁ।ଖବର ପାଇ ଜରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଁଚିଲା ବେଳେକୁ ସ୍ଥାନୀୟ ଲୋକେ ରାସ୍ତାରୁ ବୋଲେରୋକୁ ଉଠାଇ ପଠାଇ ଦେଇଥିଲେ l ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ନଥିବା ଥାନା ଅଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page