ରାଜସ୍ଥାନର ବୋଲିଂ ଆଗରେ ମୁମ୍ବାଇ ଇଣ୍ଡିଆନ୍ସର ଟପ୍ ଅର୍ଡର ଧରାଶାୟୀ, ୧୨୫ ରନ୍‌ରେ ଅଟକିଲା ଦଳ

0

ମୁମ୍ବାଇ: ଆଇପିଏଲ୍‌ ୨୦୨୪ର ୧୪ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍) ସୋମବାର ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଟପ୍ ଅର୍ଡର ରାଜସ୍ଥାନର ବୋଲିଂ ଧରାଶାୟୀ ହୋଇଯାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୨୫ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସ ପାଇଁ ବିଜୟ ଲକ୍ଷ୍ୟ ୧୨୬ ରନ୍ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇଶାନ କିଶନ ୧୬ ରନ୍ କରିଥିବାବେଳେ ତିଲକ ବର୍ମା ୩୨, ହାର୍ଦ୍ଦିକ ପାଣ୍ଡ୍ୟା ୩୪, ଟିମ୍ ଡେଭିଡ୍ ୧୭ ରନ୍ କରିଥିବା‌ବେଳେ ରୋହିତ ଶର୍ମାଙ୍କ ସହିତ ନମନ ଧୀର ଏବଂ ଡୋଭାଲ୍ଡ ବ୍ରେଭିସ ଶୂନରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନେ ଦୁଇଅଙ୍କ ସ୍କୋର୍ କରିପାରି ନ ଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ଏବଂ ୟୁଜବେନ୍ଦ୍ର ଚହଲ ୩ ୱିକେଟ ଲେଖାଏଁ ନେଇଥିଲେ।

About The Author

Leave a Reply

Your email address will not be published. Required fields are marked *

You cannot copy content of this page