ଘର ଭିତରୁ ନାଗ ସାପ ଉଦ୍ଧାର
ଅନୁଗୋଳ 
ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କୋଶଳା ପଞ୍ଚାୟତ ଶିମିଳିସାହି ନିକଟସ୍ତ ଯଗତି ଢିପ ଅଞ୍ଚଳରୁ ଏକ କୋଳ ଥିଆ ନାଗ ସାପ ଉଦ୍ଧାର । ସୂଚନା ଯେ ଜଗତୀଢିପ ସାହିର ଭରତ ସାହୁଙ୍କ ଧାନ ଘର ଭିତରେ ଏକ ସାପଥିବା ଦେଖିବାକୁ ପାଇଥିଲେ l ଏନେଇ ସେ ଭୟଭୀତ ହେବା ସହିତ କୋଶଳା ଫରେଷ୍ଟ କାର୍ଯ୍ୟାଳୟକୁ ଫୋନ କରିଥିଲେ l ଏନେଇ ବନବିଭାଗ ପକ୍ଷରୁ କୋଶଳା ଗାଁର ସାପ ଧରାଳି ପୃଥ୍ୱୀରାଜ ଗଡ଼ନାୟକଙ୍କୁ ଖବର ଦେଇଥିଲେ । ଖବର ପାଇ ପୃଥ୍ୱୀରାଜ ବନବିଭାଗ କର୍ମଚାରୀ ମାନଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ଭରତ ସାହୁଙ୍କ ଧାନ ଘର ଭିତରୁ ସୁରକ୍ଷିତ ଓ ସତର୍କତାର ସହିତ ସାପଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଉଦ୍ଧାର ପରେ ସାପଟି ଏକ କୋଳ ଥିଆ ନାଗ ସାପ ବୋଲି ଜଣା ପଡିଥିଲା । ଏହି ସାପ ଟିର ଲମ୍ବ ପ୍ରାୟ ଦୁଇ ଫୁଟ l ପୃଥ୍ୱୀରାଜ ସାପ ଟିକୁ ଉଦ୍ଧାର କରିବା ପରେ ଛେଣ୍ଡିପଦା ଫରେଷ୍ଟଗାର୍ଡ ଆଶିଷ ସାହୁଙ୍କ ଉପସ୍ଥିରେ କୋଶଳା ଜଙ୍ଗଲର ଏକ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଛି ।

