ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ

0
IMG-20251111-WA0144

ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକରେ ଭାଗ ନେଇଛନ୍ତି
ବିଜ୍ଞାପନ ଜିନ୍ଦଲ ଷ୍ଟିଲ
ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଶ୍ଵ ଯୁବ କେନ୍ଦ୍ର,ବଣିନାଳି ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ଅତିଥି ଭାବେ ଛେଣ୍ଡିପଦା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଛେଣ୍ଡିପଦା ସୁଷମା ସେଠୀ, ସହକାରୀ ଶ୍ରମ ଅଧିକାରୀ ପଦ୍ମଜା ସାହୁ , ଚାଙ୍ଗୁଡ଼ିଆ ସରପଞ୍ଚ ଅନିଲ କୁମାର ପ୍ରଧାନ ,ପଞ୍ଚାୟତ ନିର୍ବାହ ଅଧିକାରୀ ଅରୁଣ ପ୍ରସାଦ ସାହୁ , ବିଶ୍ୱଯୁବ କେନ୍ଦ୍ର ସଭାପତି ବସନ୍ତ କୁମାର ପ୍ରଧାନ ଓ କୋଶଲା, ଚାଙ୍ଗୁଡ଼ିଆ, ବ୍ରାହ୍ମଣୀ ବିଲ୍ ପଂଚାୟତର ହିତାଧିକାରୀ ଯୋଗ ଦେଇଥିଲେ। ବିଶ୍ଵ ଯୁବ କେନ୍ଦ୍ର ର ଆକ୍ସସେସ ଟୁ ଜଷ୍ଟିସ ସଂଯୋଜିକା ପୂଜା ସ୍ୱାଇଁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ,ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ବାଲ୍ୟ ବିବାହ ର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ମମତା ଯୋଜନା, ଶିଶୁ ସହାୟତା ନମ୍ବର, ବାଲ୍ୟ ବିବାହ ର ଦଣ୍ଡ ବିଧାନ ବିଷୟରେ ଜଣାଇଥିଲେ। ପଞ୍ଚାୟତ ନିର୍ବାହ ଅଧିକାରୀ,କୋଶଳା ବିଭିନ୍ନ ଯୋଜନା ଯେପରି ଅନ୍ତୋଦୟ ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ। ସହକାରୀ ଶ୍ରମ ଅଧିକାରୀ ଶିଶୁ ମାନଙ୍କୁ କାମ ରେ ନ ଲଗେଇବା ପାଇଁ କହିଥିଲେ ଓ ଶ୍ରମ ବିଭାଗ ର କାର୍ଯ୍ୟକାରୀ ହଉଥିବା ଯୋଜନା ଯେପରି ଶ୍ରମ କାର୍ଡ ଓ ତାର ଆବଶ୍ୟକତା, ଇ-ଶ୍ରମ କାର୍ଡ ବିଷୟରେ ଜଣାଇଥିଲେ । ସଭା ଶେଷରେ ବିଶ୍ଵ ଯୁବ କେନ୍ଦ୍ର ର ସଭାପତି ବସନ୍ତ କୁମାର ପ୍ରଧାନ ଅତିଥିମାନଙ୍କୁ ଏବଂ ଅଂଶଗ୍ରହଣ କରି ମନକୁ ଧନ୍ୟବାଦ ଦେଇଥିଲେ ଓ ଏକ ଶପଥ ପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା ,ଏହି କାଯ୍ୟକ୍ରମରେ ବିଶ୍ଵ ଯୁବ କେନ୍ଦ୍ରର ସମ୍ପାଦିକା ସୁନୀତା ମାଝୀ, ସହାୟିକା ପପି ଦେହୁରୀ ସହଯୋଗ କରିଥିଲେ।

About The Author

Leave a Reply

Your email address will not be published. Required fields are marked *

You cannot copy content of this page