ଛେଣ୍ଡିପଦାରେ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

0
IMG-20251116-WA0120

ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି l ସଂଘର ସଭାପତି ଲଳିତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ବାପୁଜୀ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଡ଼ ବଳରାମ ସାହୁ,ମୁଖ୍ୟ ବକ୍ତା ଭାବେ ବାପୁଜୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରଫୁଲ୍ଲ କୁମାର ମାଝୀ,ସମ୍ମାନୀତ ଅତିଥି ଭାବେ ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଅକ୍ଷୟପାଦ ବେହେରା, ସମ୍ବଲପୁର ସାଂସଦ ଙ୍କ ବ୍ଲକ ପ୍ରତିନିଧି ବିଜୟ ମାଝୀ ପ୍ରମୁଖ ଯୋଗ ଦେଇ ଯୁବପିଢ଼ିଙ୍କର ଶିକ୍ଷା , ଚଳଣିରେ ପରିବର୍ତ୍ତନର ଆବଶ୍ୟକତା ସହିତ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଏବଂ ବିଭିନ୍ନ ସମସ୍ୟା ଉପରେ ମତବ୍ୟକ୍ତ କରିଥିଲେ । ଏପରିକି ଅଂଚଳରେ ଆଗାମୀ ଦିନରେ କମ୍ପାନୀ ଗୁଡିକରେ କ୍ଷତିଗ୍ରସ୍ତଙ୍କୁ ଚାକିରି,ଜନସାଧାରଣଙ୍କ ବିକାଶ ଇତ୍ୟାଦି ଉପରେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ‘ ଆଗାମୀ ପିଢ଼ିର ଜୀବନ ଓ ଜୀବିକା ’ ଉପରେ ଏକ ଆଲୋଚନା ଚକ୍ର ରଖାଯାଇଥଲା । ଆଲୋଚନା ଚକ୍ରରେ ଛେଣ୍ଡିପଦା ବ୍ଲକର ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ, ଜଗନ୍ନାଥ ସେବା ସଙ୍ଘ, ବରିଷ୍ଠ ଶିକ୍ଷାବିତ, ଅବସର ପ୍ରାପ୍ତ ଆର୍ମି ସଙ୍ଘଙ୍କ ସମେତ ବହୁ ବୁଦ୍ଧି ଜିବି ଯୋଗ ଦେଇ ଆଲୋଚନା ଚକ୍ରରେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଆଗାମୀ ପିଢ଼ିର ଜୀବନ ଓ ଜୀବିକା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଛେଣ୍ଡିପଦାରେ ଗଢି ଉଠିଥିବା ଖଣି ଖାଦାନ ଯୋଗୁଁ ଜୀବନ ଜୀବିକା ପ୍ରଭାବିତ ହେବେ ତେଣୁ ଏ ଦିଗରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଆଗାମୀ ପିଢ଼ି ସୁରକ୍ଷିତ ରହିବେ ବୋଲି କହିଥିଲେ lକାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରେସ ଦିବସକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପରେ ସଂଘ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିବା ସହ ଉପଢ଼ୈøକନ ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ସଭାପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସାମ୍ବାଦିକ ଯଶୋବନ୍ତ ପ୍ରସାଦ ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ମଂଚ ପରିଚାଳନା କରିଥିଲେ । ସଂଘର ସମ୍ପାଦକ ଭାଗିରଥି ସାହୁ,ଲିଙ୍ଗରାଜ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ,ଅଜିତ କୁମାର ଧଳ,ହଟକିଶୋର ଷଡଙ୍ଗି,ତ୍ରିବେଣୀ ସାହୁ,ବୁଦ୍ଧଦେବ ବେହେରା,ବିଦ୍ୟୁତ ସିଂନାୟକ ପ୍ରମୁଖ ସଭ୍ୟମାନେ କାର୍ଯ୍ୟକ୍ରମ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଖବର କାଗଜର ଏଜେଣ୍ଟ ନୀଳମଣି ପଣ୍ଡା, ସୁରେଶ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଏଜେଣ୍ଟ ମାନେ ଉପସ୍ଥିତଥିଲେ ।

About The Author

Leave a Reply

Your email address will not be published. Required fields are marked *

You cannot copy content of this page