
ଫିତାକାଟି ମହୋତ୍ସବକୁ ଉଦଘାଟନ kaleଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦର ମହକୁମା ଠାରେ ଥିବା ମିନି ଷ୍ଟାଡିୟମରେ ଦୁଇଦିନ ଧରି ହେବାକୁ ଥିବା ସାଂସଦ ଖେଳ ମହୋତ୍ସବ ସୋମବାର ଉଦ୍ଘାଟିତ ହୋଇଯାଇଛି। ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କ ସଭାପତିତ୍ବ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସାମିଲ ହୋଇଥିଲେ lକେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଯୁବକମାନେ ୧୬ବର୍ଷରୁ କମ୍ ବୟସ ପର୍ଯ୍ୟନ୍ତ ବାଳକବାଳିକା କନିଷ୍ଠ ବିଭାଗ ଏବଂ ୧୬ରୁ ୨୫ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ବିଭାଗରେ ପଞ୍ଜୀକରଣ କରି ବିଭିନ୍ନ ଖେଳ ମାଧ୍ୟମରେ ସୁସ୍ଥ ଓ ଦକ୍ଷ ହୋଇ ପାରିବେ ବୋଲି ବିଧାୟକ ଉଲ୍ଲେଖ କରିଥିଲେ।ବିଧାୟକ ଅଗସ୍ତି ବେହେରା ଆୟୋଜକମାନଙ୍କୁ ପ୍ରଶଂସା କରି କହିଥିଲେ ଯେ, ପିଲାମାନଙ୍କ କ୍ରୀଡା ବିକାଶ ପାଇଁ ଏଥେଲେଟିକ୍ ଆସୋସିଏସନ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବ । ମୋବାଇଲ ବ୍ୟବହାର ଯୋଗୁଁ କିଶୋର କିଶୋରୀ ଠାରୁ ଯୁବକମାନେ ଖେଳପଡ଼ିଆରୁ ଦୂରେଇ ଯାଉଛନ୍ତି, ଏହିଭଳି ଖେଳ ପ୍ରତିଯୋଗିତା ହେଲେ ପିଲାଠାରୁ ଯୁବାବର୍ଗଙ୍କର ଶାରିରୀକ ଓ ମାନସିକ ବିକାଶ ହେବ ବୋଲି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ । ସେ ଆହୁରି କହିଥିଲେ ଯେ, ଖେଳ ସମାଜକୁ ଏକତ୍ରିତ କରିଥାଏ, ଖେଳ ମଧ୍ୟରେ କୌଣସି ଭେଦଭାବ ନଥାଏ । ଆଧୁନିକ ଖେଳ ଯୋଗୁଁ ଭାରତର ପାରମ୍ପରିକ ଖେଳଗୁଡ଼ିକର ଲୋକପ୍ରିୟତା ହ୍ରାସ ପାଉଛି, ଏଥିପାଇଁ ସେସବୁକୁ ଗୁରୁତ୍ବ ଦେଇ ତାର ଅଧିକ ପ୍ରଚାର ପ୍ରସାର ଦିଗରେ କାମ କରିବାକୁ ପଡ଼ିବ ବୋଲି କହିଥିଲେ । ଏହି ଖେଳ ମହୋତ୍ସବରେ ୫୦ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ୧୪ ରୁ ୧୭ ବର୍ଷ ମଧ୍ୟରେ ୮୪୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ lଏହି ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଅନୁଗୋଳ ଜିଲ୍ଲା ପ୍ରତିନିଧି ସୁଦିପ ଗଡ଼ନାୟକ, ଛେଣ୍ଡିପଦା ବ୍ଲକ ପ୍ରତିନିଧି ବିଜୟ ମାଝୀ,ଚୌଧୁରୀ ପ୍ରଧାନ,ଅକ୍ଷୟପାଦ ବେହେରା, ଗୋପବନ୍ଧୁ ଗଡ଼ନାୟକ, ଦୀପକ ପ୍ରଧାନ, ତ୍ରିଲୋଚନ ବେହେରା, ସୁନୀଲ ପ୍ରଧାନ ଉପସ୍ଥିତ ଥିଲେ l
About The Author