କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଧର୍ମପତ୍ନୀ ତଥା ବିକାଶ୍ ଫାଉଣ୍ଡେସନ ଅଧ୍ୟକ୍ଷାଙ୍କର ଛେଣ୍ଡିପଦା ଗସ୍ତ , ୫୦ୟୁନିଟ ରକ୍ତସଂଗ୍ରହ

0
IMG-20251107-WA0191
କାର୍ତ୍ତିକେଶ୍ୱରଙ୍କ ଦର୍ଶନ ସହିତ ରକ୍ତଦାନ ଶିବିରେ ଯୋଗଦେଲେ ମୃଦୁଳା ଠାକୁର

ବିଭିନ୍ନ କାର୍ତ୍ତିକେଶ୍ବର ପୂଜା ମଣ୍ଡପ ବୁଲି ଦେଖିବା ସହିତ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କଲେ l

ଛେଣ୍ଡିପଦା – କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଧର୍ମପତ୍ନୀ ତଥା ବିକାଶ୍ ଫାଉଣ୍ଡେସନ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ହେଉଥିବା କାର୍ତ୍ତିକେଶ୍ବର ପୂଜା ମଣ୍ଡପ ବୁଲି ଦେଖିବା ସହିତ ଛେଣ୍ଡିପଦା ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କଲେ । ସୂଚନା ଯେ ଛେଣ୍ଡିପଦାର ବିଭିନ୍ନ ସ୍ଥାନରେ କାର୍ତ୍ତିକେଶ୍ୱରଙ୍କର ପୂଜା ୭ଦିନ ଧରୀ ଚାଲିଥିବା ବେଳେ ବିକାଶ ଫାଉଣ୍ଡେସନର ଅଧକ୍ଷା ମୃଦୁଳା ଠାକୁର ଛେଣ୍ଡିପଦାର ବିଭିନ୍ନ ପୂଜା ମଣ୍ଡପ ବୋଲି କାର୍ତ୍ତିକେଶ୍ୱରଙ୍କ ଦର୍ଶନ କରିବା ସହ ଆଶ୍ରିବାଦ ଭିକ୍ଷା କରିଥିଲେ ।ଏଥି ସାହି ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ l ଏହା ପରେ ଛେଣ୍ତିପଦା ଗ୍ରାମ୍ୟ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ରେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉସ୍ଚାହିତ କରିବା ସହିତ ରକ୍ତ ଦାତାଙ୍କୁ ସାଧୁବାଦ ଜଣାଇଥିଲେ । ବିକାଶ୍ ଫାଉଣ୍ଡେସନ ଅଧ୍ୟକ୍ଷାଙ୍କ ଏହି ଗସ୍ତ ବେଳେ ବିଜେପି ର ଅନୁଗୋଳ ଜିଲ୍ଲା ସଭାପତି ଯଜାତିକେଶୋରୀ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ବିଜୟ ମାଝୀ ପ୍ରମୁଖ ମଣ୍ତପ ବୋଲି ଦର୍ଶନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦା ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ପ୍ରଧାନ, ଉପସଭାପତି ଚୌଧୁରୀ ପ୍ରଧାନ,ନିର୍ବାଚନ ମଣ୍ଡଳୀ ସଂଯୋଜକ ଗୋପବନ୍ଧୁ ଗଡ଼ନାୟକ, ଜିଲ୍ଲାପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା,ସରପଞ୍ଚ ସୁଦୀପ୍ତ ପ୍ରଧାନ, ସମିତି ସଭ୍ୟା ଅମିତା ପ୍ରଧାନ,ମଣ୍ଡଳ ସଭାପତି ଦୀପକ ପ୍ରଧାନ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ସୁଭଦ୍ରା ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଅନୁଗୋଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ରକ୍ତ ସଂଗୃହିତ ହୋଇଥିଲା l

About The Author

Leave a Reply

Your email address will not be published. Required fields are marked *

You cannot copy content of this page