ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଏୟାର ଆଡଭେଞ୍ଚର ସୋ’ ଆୟୋଜିତ

0
Air Adventure Show_2

ADVERTISEMENT NEW
ଅନୁଗୁଳ,ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ

ବିଜ୍ଞାପନ ଜିନ୍ଦଲ ଷ୍ଟିଲ
/air-adventure-show_4″ rel=”attachment wp-att-4484″> ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଏୟାର ଆଡଭେଞ୍ଚର ସୋ[/caption]

ପକ୍ଷରୁ ଭର୍ଟିକାଲ୍ ଇଣ୍ଡିଆର ସହଯୋଗରେ ବହୁ ପ୍ରତୀକ୍ଷିତ ‘ଏୟାର ଆଡଭେଞ୍ଚର୍ ୨୦୨୫’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଏହି ରୋମାଞ୍ଚକର ଏୟାର ସୋ’ କର୍ମଚାରୀ, ସେମାନଙ୍କ ପରିବାର ଏବଂ ସ୍ଥାନୀୟ ସମ୍ପ୍ରଦାୟ ଲୋକଙ୍କୁ ଆକାଶରେ ଏକ ସ୍ମରଣୀୟ ଅଭିଜ୍ଞତା ଦେବା ସହ ସମସ୍ତଙ୍କୁ ଏକାଠି କରିବାର ସୁଯୋଗ ଆଣିଥିଲା ।

ସାବିତ୍ରୀ ଜିନ୍ଦଲ ବିମାନବନ୍ଦରରେ ଅନୁଷ୍ଠିତ ଏହି ୬ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ବୟସ ବର୍ଗରେ ପ୍ରାୟ ୬୦୦ ଜଣ ଅଂଶଗ୍ରହଣ କରିଥିଲେ । ଆକାଶମାର୍ଗରେ ଅଂଶଗ୍ରହଣକାରୀଙ୍କ ଉତ୍ସାହ ସ୍ୱଷ୍ଟ ବାରି ହୋଇପଡ଼ୁଥିଲା, ଯେତେବେଳେ ସେମାନେ ସାହସିକତା ଏବଂ ଏକତାର ଭାବନା ନେଇ ଏହି ରୋମାଞ୍ଚକର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।

ଏହି କାର୍ଯ୍ୟକ୍ରମରେ ପାରାମୋଟରିଂ, ପାରାସେଲିଂ ଏବଂ ହଟ୍ ବେଲୁନରେ ଯାତ୍ରା କରିବାର ସୁବିଧା କରାଯାଇଥିଲା, ଯାହା ଆକାଶମାର୍ଗରୁ ଅନୁଗୁଳର ମନୋରମ ଦୃଶ୍ୟ ଦେଖିବାରୁ ସୁଯୋଗ ସୃଷ୍ଟି କରିଥିଲା । ତିନୋଟି ଭିନ୍ନ ଭିନ୍ନ ଉଡ଼ାଣ ଛେଣ୍ଡିପଦା ଅଂଚଳରେ ୪୦୦ରୁ ଅଧିକ ଥର ଆକାଶମାର୍ଗରେ ବୁଲିଥିଲା । ସେହିପରି ଦୁଇଟି ହଟ୍ ବେଲୁନ୍ ଅଲଗା ଅଲଗା ସ୍ଥାନରୁ ପରିଚାଳିତ ହେଉଥିଲା । ଯାହା ଅତିଥି ତଥା ଅଂଶଗ୍ରହଣକାରୀଙ୍କୁ ବିଶେଷ ମୁହୂର୍ତ୍ତର ଭରପୁର ଆନନ୍ଦ ନେବା ସହ ଆକାଶରେ କିଛି ସ୍ମୃତି ସାଉଁଟିବାର ସୁଯୋଗ ଆଣିଥିଲା ।

କର୍ମଚାରୀଙ୍କ ସହଭାଗିତାକୁ ସୁଦୃଢ଼ କରିବା ସହିତ ସଂପ୍ରଦାୟ ସହ ସମ୍ପର୍କକୁ ମଜବୁତ କରିବା ନିମନ୍ତେ ଜିନ୍ଦଲ ଷ୍ଟିଲର ମାନବ ସମ୍ବଳ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

About The Author

Leave a Reply

Your email address will not be published. Required fields are marked *

You cannot copy content of this page