ଘଞ୍ଚ ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ, ୫ ଶହରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ କଲା ବନବିଭାଗ
ଛେଣ୍ଡିପଦା, ଅନୁଗୋଳ ବନଖଣ୍ଡ ଜରପଡା ବନାଞ୍ଚଳ ପକ୍ଷରୁ ଜରପଡା ସେକ୍ସନର ପଥରଗଡ଼ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଲଗା ଯାଇଥିବା ୫ଶହରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ନଷ୍ଟ କରିଛି ବନବିଭାଗ l ଜରପଡା ବନାଞ୍ଚଳ ପକ୍ଷରୁ ପଥରଗଡ଼ ସଂରକ୍ଷିତ ଜଙ୍ଗଲକୁ ଡ୍ରୋନ ମାଧ୍ୟମରେ ନିରୀକ୍ଷଣ କରାଯାଉଥିବା ବେଳେ ସରକ୍ଷିତ ଜଙ୍ଗଲକୁ କାଟି ବ୍ୟାପକ ଗଞ୍ଜେଇ ଲାଗିଥିବା ଜାଣିବାକୁ ପାଇଥିଲେ l ଏନେଇ ଜରପଡା ରେଞ୍ଜର ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବାଲିପଟା, ଅନ୍ତୁଳିଆ ଓଃ ଜରପଡା ସେକ୍ସନର କର୍ମଚାରୀ ମାନଙ୍କୁ ନେଇ ଚଢ଼ାଉ କରିଥିଲେ l ବନ ବିଭାଗ ଚଢ଼ାଉ କରିବା ଖବର ପାଇ ପାଇ ମାଫିଆ ମାନେ ଫେରାର ହୋଇଯାଇଥିଲେ l ବନବିଭାଗ କର୍ମଚାରୀ ମାନେ ଅଧା 

