ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ

0
Screenshot_20251111_193948_WhatsApp

ବିଜ୍ଞାପନ ଜିନ୍ଦଲ ଷ୍ଟିଲ
ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ନୂଆପଡା ଗାଁ ନିକଟସ୍ଥ ଆଉଁଳି ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କର ମୃତ ହୋଇଥିବା ନେଇ ଥାନାରେ ଅଭିଯୋଗ l ମୃତକ ଯୁବକ ଜଣଙ୍କ ହେଲେ ନୂଆପଡା ଗ୍ରାମର ସୁଦାମ ଭୂତିଆ l ସୂଚନା ଯେ ନୂଆପଡା ଗ୍ରାମର ସୁଦାମ ଭୂତିଆ ଘର ନିକଟସ୍ଥ ଆଉଁଳି ନଦୀକୁ ଗାଧୋଇବାକୁ ଯାଇଥିଲେ l ଗାଧୋଉଥିବା ବେଳେ ହଠାତ ମୁହଁ ମାଡି ନଦୀରେ ପଡି ଯାଇଥିଲେ l ଏନେଇ ପରିବାର ଲୋକ ସୁଦାମକୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଖବର ପାଇ ବାଗଡିଆ ଥାନା ପୋଲିସ ଡାକ୍ତରଖାନରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଏନେଇ ବାଗଡିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶଵ ବ୍ୟବଚ୍ଛେଦ ରିପୋର୍ଟ ଆସିବ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ଥାନାରେ ଅଧିକାରୀ ବିପ୍ଳବ ସାହୁ ପ୍ରକାଶ କରିଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page