ବିଜେତାଙ୍କୁ ଟ୍ରଫି ପ୍ରଦାନଛେଣ୍ଡିପଦା,ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୁକୁରପେଟା ଗ୍ରାମପଂଚାୟତର କସିଡିହ ଗ୍ରାମରେ କସିଡିହ କିଶାନକପ ଭଲିବଲ ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି lକସିଡିହ ଗ୍ରାମ ସଭାପତି ସାଗର ପ୍ରଧାନଙ୍କ ନେତୃତ୍ୱରେ ବାଜିରାଉତ କ୍ଳବର ସଭ୍ୟଙ୍କ ପରିଚାଳନାରେ ସମ୍ପାଦିତ ହୋଇଯାଇଛି । ଏହି ଭଲିବଲ ଟୁର୍ଣ୍ଣାମେଂଟ ଆଜକୁ ଦିର୍ଘ ୨୭ବର୍ଷ ହେଲା ଲଗାତର ଭାବେ ଉକ୍ତ ଗ୍ରାମରେ ହୋଇଆସୁଛି । ୩ଦିନ ଧରି ଆରମ୍ଭ ହୋଇଥିବା ଏହି ଭଲିବଲ ମହୋତ୍ସବରେ ପ୍ରଥମ ଦିବସରେ କସିଡିହ, ଛେଣ୍ଡିପଦା,ବ୍ରାହ୍ମଣବିଲ,ସନ୍ତରାବନ୍ଧ,କଂସମୁଣ୍ଡା,ଟାକୁଆ,ଅଜିତ ଫାଇଟର ଟାକୁଆ ଓ ଗୋବରା ଭଲିବଲ ଦଳ ଅଂଶ ଗ୍ରହଣ କରିଥିଲେ । ଏହାର ଫାଇନାଲ ମ୍ୟାଚରେ ବ୍ରାହ୍ମଣବିଲ ଅଜିତ ଫାଇଟରକୁ ୩-୧ସେଟରେ ହରାଇ ବିଜୟୀ ହୋଇଥିଲା । ଦ୍ୱିତିୟ ଦିବସରେ କସିଡିହ, ଟେଂଟେୁଲୋଇ , କୁକୁରପେଟା, ଡେରେଙ୍ଗ,ମାଛକୁଟା,ଆଉଁଳୀ ଏବଂ ପୋଡାପଡା ଭଲିବଲ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ଆଉଁଳୀ କଶିଡିହକୁ ୨-୧ ସେଟରେ ପରାସ୍ତ କରି ବିଜୟୀ ହୋଇଥିଲା । ତୃତୀୟ ଦିବସ ଖେଳରେ ପ୍ରଥମ ଅନୁଗୋଳ ପ୍ରିମିୟର ଭଲିବଲ ଆରମ୍ଭ ହୋଇ ଜିଲାର ବଛାବଛା ଖେଳାଳୀଙ୍କୁ ନେଇ ନିଲାମ ହୋଇଥିଲା । କସିଡିହ କିଙ୍ଗସର ମାଲିକ ସନ୍ତୋଷ ପ୍ରଧାନ,କସିଡିହ ଫାଇଟରର ମାଲିକ ଅରକ୍ଷିତ ପ୍ରଧାନ,କସିଡିହ ଲାୟନ୍ସ ମାଲିକ ଉମାକାନ୍ତ ପ୍ରଧାନ ଓ କସିଡିହ ଉଇନର୍ସ ମାଲିକ ସୁକାନ୍ତ ବାଘଙ୍କ ମଧ୍ୟରେ ନିଲାମ ହୋଇଥିଲା । ଏହିପରି ମ୍ୟାଚ ଅନୁଗୋଳ ତଥା ଓଡିଶାର ପ୍ରଥମ ବୋଲି ଜଣାପଡିଛି । ନିଲାମ ସମୟରେ ପରିବେଶ ବେଶ କୌତୁହଳ ହୋଇଥିଲା । ଫାଇନାଲ ମ୍ୟାଚରେ କସିଡିହ ଫାଇଟର ଏବଂ କଶିଡିହ ଉଇନର୍ସ ମଧ୍ୟରେ ଅନୁ ିତ ହୋଇଥିଲା । କଡା ସଂଘର୍ଷ ମଧ୍ୟରେ କଶିଡିହ ଫାଇଟରକୁ ୩-୧ସେଟରେ କସିଡିହ ଉଇନର୍ସ ପରାସ୍ତ କରି ବିଜୟୀ ହୋଇଥିଲା । ସମସ୍ତ ଖେଳ ଲଳିତ କୁମାର ପ୍ରଧାନଙ୍କ ନେତୃତ୍ୱରେ କ୍ଳବର ସଦସ୍ୟ ବିଜୟ ବାଘ,ତପନ ପ୍ରଧାନ,ଅନୀଲ ପ୍ରଧାନ ଡି.ଗଡନାୟକ,ପଂଚାନନ ବେହେରା,ତୁଶାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ତୃତୀୟ ଦିବସ ଖେଳ ସମାପ୍ତ ପରେ କସିଡିହ ସାଂସ୍କୃତିକ ମହୋତ୍ସବ ଅନୁ ିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମର ପୁଅ ଝିଅ କଳାକାରଙ୍କୁ ନେଇ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା । ଶେେରେ ବାଗଡିଆ ଅନ୍ତର୍ଗତ ଶିଙ୍କୁଳାପାଟ ଗ୍ରାମର ଆଦିବାସୀ କରମା ନୃତ୍ୟ ପରିବେଷଣ କରାଯାଇଥିଲା । କସିଡିହ ଗ୍ରାମଟି ଉକ୍ତ ସମ୍ପ୍ରଦାୟର ହୋଇଥିବାରୁ ଗ୍ରାମର ସମସ୍ତ ପୁରୁଷ ମହିଳା ରାତ୍ରୀ ତମାମ କରମା ନୃତରେ ମଜି ଯାଇଥିଲେ । ଗ୍ରାମ ସମ୍ପାଦକ ପ୍ରଫୁଲ ପ୍ରଧାନ,ଟିମ ମ୍ୟାନେଜର ଭାଗବତ ସାହୁଙ୍କ ସମେତ ବାଜିରାଉତ କ୍ଳବର ସମସ୍ତ ସଭ୍ୟଙ୍କ ସହଯୋଗରେ କସିଡିହ ମହେତ୍ସବ ସଫଳତାର ସହ ସମାପନ ହୋଇଥିଲା । ଅଂଚଳର ପ୍ରାୟ ବହୁ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରରେ ଉପସ୍ଥିତ ହୋଇ ଏହି ମହୋତ୍ସର ମଜା ଉଠାଇଥିଲେ ।
About The Author