ଛେଣ୍ଡିପଦା ମିନିଷ୍ଟାଡିୟମର ସୌନ୍ଦର୍ଯ୍ୟ କରଣ ପାଇଁ ଦାବୀ କଲେ ବିଧାୟକ

0
IMG-20250128-WA0085

କ୍ରୀଡାମନ୍ତ୍ରୀଙ୍କ ସହିତ ଛେଣ୍ଡିପଦା ବିଧାୟକଙ୍କ ଆଲୋଚନା
ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ମିନି ଷ୍ଟାଡିୟମର ଉନ୍ନୟନ ମୂଳକ କାର୍ଯ୍ୟପାଇଁ କ୍ରୀଡା ମନ୍ତ୍ରୀଙ୍କୁ ଭେଟି ଦାବୀ ଜଣାଇଛନ୍ତି l ସୂଚନା ଯେ ଭୁବନେଶ୍ୱର ଠାରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିକାଶ ଏବଂ ଜନକଲ୍ୟାଣ ସହ ଜଡିତ ବିଭିନ୍ନ ବିଷୟ ଉପରେ ବିସ୍ତାର ଭାବେ ଆଲୋଚନା କରିବା ସହିତ ଛେଣ୍ଡିପଦା ମିନି ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ, ଖେଳିବା ପାଇଁ ଆବଶ୍ୟକୀୟ ଉପକରଣ ବସିବା ପାଇଁ ଚେୟାର, ଜଗି° ଟ୍ରାକ, ଚେଜିଙ୍ଗ ରୁମର ବ୍ୟବସ୍ଥା କରିବାକୁ ଦାବି ଜଣାଇଥିଲେ l ଏହି ଅବସରରେ ଆସନ୍ତା ଫେବୃଆରୀ ମାସ ୧ ଓ ୨ ତାରିଖରେ ବାଗଡିଆରେ ଆୟୋଜିତ ହେବାକୁ ଥିବା ଅଲ ଇଣ୍ଡିଆ ଭଲିବଲ ଟୁର୍ନାମେଣ୍ଟରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ l ମନ୍ତ୍ରୀ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିକାଶ ଏବଂ ସମୃଦ୍ଧି ପାଇଁ ଯଥା ସମ୍ଭବ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିବା ବିଧାୟକ ପ୍ରକାଶ କରିଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page