ଏମ ଇଲେଭେନର ଏକ ସ୍ନାକ୍ସ ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

ଛେଣ୍ଡିପଦା -ଅନୁଗୋଳ ଜିଲ୍ଲା ଜରପଡା ଥାନା କାତଡା ଠାରେ ଥିବା ଏମଇଲେଭେନର ଏକ ସ୍ନାକ୍ସ ଦୋକାନରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି l ସୂଚନା ଯେ ଛେଣ୍ଡିପଦା ବ୍ଳକ ଜରପଡା ଥାନା କାତଡା ଏମ ଇଲେଭେନ ରେ ପେଡ଼ିପଥର ଗାଁର ସୁଧାକର ସାହୁ ଏକ ସ୍ନାକ୍ସ ଦୋକାନ ଦେଇ ପରିବାର ପ୍ରତିପୋଷଣ କରନ୍ତି l ଆଜି ବନ୍ଦ କରି ମାଧ୍ୟହ୍ନ୍ନରେ ଖାଇବାକୁ ଯାଇଥିଲେ l ତେବେ ବନ୍ଦ ଥିବା ଦୋକାନ ଘରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖି ସୁଧାକର ସାହୁଙ୍କୁ ଖବର ଦେବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ସ୍ନାକ୍ସ ଦୋକାନ ମାଲିକ ପହଞ୍ଚି ଦୋକାନ ଖୋଲି ଥିଲେ l ଦୋକାନଟି ଧୂଆଁମୟ ହୋଇଯାଇଥିଲା l ଅଗ୍ନିଶମ ବାହିନୀ ପ୍ରାୟ ୨ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଲିଭେଇବାରେ ସଫଳ ହୋଇଥିଲା l ତେବେ ଏହି ଅଗ୍ନି କାଣ୍ଡରେ ସୁଧାକର ସାହୁଙ୍କର ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି l ତେବେ ଦୋକାନରେ କିପରି ନିଆଁ ଲାଗିଲା ଜଣାପଡିନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ସନ୍ଦେହ କରିଛି l

Leave a Reply

Your email address will not be published. Required fields are marked *