ଓ.ପି ଜିନ୍ଦଲ ସ୍କୁଲକୁ ମିଳିଲା ‘ଶିକ୍ଷା ଉତ୍କର୍ଷତା ପୁରସ୍କାର’-୨୦୨୫

0
OP Jindal School Angul Bags Education Excellence Award 2025

ଛେଣ୍ଡିପଦା,ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅର୍ନ୍ତଭୁକ୍ତ ଶିକ୍ଷା ଦିଗରେ ପଦକ୍ଷେପ ପାଇଁ ଅନୁଗୁଳରେ ଅବସ୍ଥିତ ଓ.ପି ଜିନ୍ଦଲ ସ୍କୁଲକୁ ଏଜୁକେସନ ଏକ୍ସସେଲେନ୍ସ ଏମ୍ପାୱାରିଂ ଇଣ୍ଡିଆ ଆୱାର୍ଡ (ଶିକ୍ଷା ଉତ୍କର୍ଷତା ସଶକ୍ତିକରଣ ଭାରତ ପୁରସ୍କାର)ରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।ପ୍ରଖ୍ୟାତ ଶିକ୍ଷାବିତଙ୍କ ଏକ ବିଶିଷ୍ଟ ପ୍ୟାନେଲଙ୍କ ଉପସ୍ଥିତିରେ ଓ.ପି ଜିନ୍ଦଲ ସ୍କୁଲର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁଙ୍କୁ ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ଏହି ବିଜେତା ଟ୍ରଫି ପ୍ରଦାନ କରିଥିଲେ ।ଦେଶର ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏକ କଠୋର ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଏହି ସ୍ୱୀକୃତି ପ୍ରଦାନ କରାଯାଇଥିଲା ।

Advt. Supported by jspl
ଗୁଣାତ୍ମକ ଶିକ୍ଷାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲ୍ଲୀର ଆରୁକୁକ୍ ମିଡ଼ିଆ ପକ୍ଷରୁ ଏହି ପୁରସ୍କର ପ୍ରଦାନ କରାଯାଇଥିଲା ।ପୁରସ୍କାର ଗ୍ରହଣ କରିବା ପରେ ସ୍କୁଲ ପରିଚାଳନା ଦାୟୀତ୍ୱରେ ଥିବା କର୍ତୃପକ୍ଷ, ଅନୁଷ୍ଠାନର ପୃଷ୍ଠପୋଷକ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଓ ଶ୍ରୀମତି ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ପରିଚାଳିତ ଜେଏସପିର ସମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ଏବଂ ସ୍ଥାନୀୟ ସମ୍ପ୍ରଦାୟଙ୍କୁ କୃତଜ୍ଞତା ଜଣାଇଥିଲେ ସ୍କୁଲର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଏହି ସମସ୍ତଙ୍କ ସମର୍ଥନ ଆମକୁ ଉତ୍ସାହିତ କରି ଆସୁଛି ବୋଲି ସେ କହିଥିଲେ ।ଏହି ସଫଳତା ସହ ଅନୁଗୁଳର ଓ.ପି ଜିନ୍ଦଲ ସ୍କୁଲ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page