ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ପ୍ରତାରଣା କଲା ପ୍ରେମିକ

0
IMG_20250215_20250601

ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳର ଜୈନେକା ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ୪ବର୍ଷ ହେବ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଯେ ବାଗଡିଆ ଥାନା ଅଞ୍ଚଳର ନାବାଳିକା ଜଣଙ୍କୁ ଥାନା ଅଂଚଳର ହେମନ୍ତ ନାଏକ ୪ବର୍ଷ ହେବ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଆସୁଥିଲେ l ଏପରିକି ଗାଁ ନିକଟସ୍ଥ ଆମ୍ବତୋଟାକୁ ଡାକି ନେଇ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l

Advt. Supported by jspl
ନାବାଳିକା ଜଣଙ୍କ ହେମନ୍ତ ନାଏକଙ୍କୁ ବିବାହ ପାଇଁ କହିବା ପରେ ବିଭିନ୍ନ କଥା କହି ମନା କରିଦେଇଥିଲେ l ନାବାଳିକା ଜଣଙ୍କ ପ୍ରେମିକର ପ୍ରତାରଣା ପରେ ବାଗଡିଆ ଥାନାର ଦ୍ୱାରସ୍ଥ ହୋଇଥିଲେ l ଏନେଇ ବାଗଡିଆ ଥାନା କେସ ନଂ ୩୧/୨୫ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ପ୍ରେମିକକୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଛନ୍ତି l

About The Author

Leave a Reply

Your email address will not be published. Required fields are marked *

You cannot copy content of this page