ଛେଣ୍ଡିପଦା,ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସପୋଇସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆବାସିକ ବିଦ୍ୟାଳୟ ଓ ବିବେକାନନ୍ଦ ଟିୟୁଟୋରିଆଲର ଦ୍ଵିତୀୟ ବାର୍ଷିକ ଉତ୍ସବ, ପିତୃମାତୃ ପୂଜନ ପର୍ବ ଓ ସହିଦ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାମନ୍ଦିରର ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ ଓ ସଭାପତି ଅରୁଣ କୁମାର ସାହୁଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ ବିକ୍ରମ ସାହୁ, ମୁଖ୍ୟ ବକ୍ତା ଭାବେ ସଂସ୍ଥାନର ପ୍ରାନ୍ତ ନିରୀକ୍ଷକ ଡାକ୍ତର ନିତ୍ୟାନନ୍ଦ ଖମାରୀ, ସ୍ୱତନ୍ତ୍ର ଅତିଥି ଭାବେ ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା ଓ ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ ପ୍ରଧାନ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଅନୁଷ୍ଠାନର ପ୍ରତିଷ୍ଠାତା ଶରତ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ ବିବରଣୀ ପାଠ କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୌରାଙ୍ଗ ବିଶ୍ୱାଳ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଉତ୍ତମ ଛାତ୍ରଛାତ୍ରୀ ଗଠନ ଓ ପିତା ମାତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ଉପରେ ଆଲୋକପାତ କରିଥିଲେ ଏବଂ ମୁଖ୍ୟ ବକ୍ତା ସଂସ୍କାର ଓ ସଂସ୍କୃତି ସମ୍ପର୍ଣ୍ଣ ଶିଶୁ ଗଠନରେ ପିତା ମାତାଙ୍କ କର୍ତ୍ତବ୍ୟ ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ମାର୍ଗ ଦର୍ଶନ ଦେଇଥିଲେ l ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ପରିଚାଳନାରେ ସହଯୋଗ କରିଥିଲେ l
ଛେଣ୍ଡିପଦା ସପୋଇସାହି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ l
