ଛେଣ୍ଡିପଦା ବ୍ଲକରେ ୧୪ଟିକେନ୍ଦ୍ରରେ ପରୀକ୍ଷା ଦେବେ ୨୩୬୭ଜଣ ଛାତ୍ରଛାତ୍ରୀ

ଛେଣ୍ଡିପଦା: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ୍‌ରେ ୧୪ଟି ପରୀକ୍ଷା କେନ୍ଦ୍ରରେ ୪୨ଟି ଉଚ୍ଚବିଦ୍ୟାଳୟର ସମୁଦାୟ ୨୩୬୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ହୋଇଛି । ଛେଣ୍ଡିପଦା ବ୍ଲକର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଓଗୀ,ପତିତପାବନ ଉଚ୍ଚବିଦ୍ୟାଳୟ ଜରପଡା,ପଂଚାୟତ ଉଚ୍ଚବିଦ୍ୟାଳୟ ବାଲିପଟା,ଶିମିଳିପାଳ ପଂଚାୟତ ଉଚ୍ଚବିଦ୍ୟାଳୟ ସାପୋଇନାଳୀ,ବାଗଡିଆ ଉଚ୍ଚବିଦ୍ୟାଳୟ. ବ୍ରାହ୍ମଣବିଲ, ପୋଡାପଡା, ଗଡମଣ୍ଡଳ, ଛେଣ୍ଡିପଦା,କୋଶଳା,ରାଇଝରଣ ଗ୍ରାମପଂଚାୟତ ଉଚ୍ଚବିଦ୍ୟାଳୟ,ଆମ୍ବପାଳ ନତଡା ଉଚ୍ଚବିଦ୍ୟାଳୟ, ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ନିଶା ଉଚ୍ଚବିଦ୍ୟାଳୟ ଓ ଜେରେଙ୍ଗ ଦେହୁରୀସାହି ଉଚ୍ଚବିଦ୍ୟାଳୟ ଗୁଡିକରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟରେ ପ୍ରଶ୍ନପତ୍ର ପାଇଁ ନୋଡାଲ କେନ୍ଦ୍ର କରାଯାଇ ପ୍ରଶ୍ନପତ୍ର ସୁରକ୍ଷାକୁ କଡାକଡି କରାଯାଇଛି । ଛେଣ୍ଡିପଦା ବ୍ଳକ ସଦର ମହକୁମାରେ ଥିବା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ପ୍ରଶ୍ନପତ୍ର ହବରୁ ନୋଡାଲ କେନ୍ଦ୍ରରୁ ପ୍ରଶ୍ନପତ୍ର ପରୀକ୍ଷାର ନିଦ୍ଧାରୀତ ସମୟ ପୁର୍ବରୁ ସମସ୍ତ କେନ୍ଦ୍ରକୁ ପ୍ରଶ୍ନପତ୍ର ଯୋଗାଇଦିଆଯିବ । ପରୀକ୍ଷାର ସୁପରିଚାଳନା ପାଇଁ ଜିଲା ସ୍ତରରେ ୨ଟି ଫ୍ଲାଇଙ୍ଗ ସ୍କୁଅର୍ଡ ଓ ଗୋଟିଏ ସେଂଟ୍ରାଲ ସ୍କୁଆର୍ଡ ବ୍ୟବସ୍ଥା କରାଯାଇଛି । ଛେଣ୍ଡିପଦା ନୋଡାଲ ସେଂଟର ଅଧିକାରୀ ଭାବେ ପ୍ରଶାନ୍ତ କୁମାର ସେଠୀ ଓ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ଗୁଡିକର ସୁପରିଚାଳନା ବ୍ୟବସ୍ଥାକୁ ଦୈନନ୍ଦିନ ଅନୁଧ୍ୟାନ ପାଇଁ ପ୍ରଶାସନ ପକ୍ଷରୁ ବ୍ଲକର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *