ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୋଶଳା ଗ୍ରାମର କଇଥଢିପ ସାହିରେ ଥିବା କାଳୀ ମନ୍ଦିରରରୁ ତାଲା ଭାଙ୍ଗି ୫୦ହଜାରରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ସୂଚନା ଯେ, କୋଶଳା କଇଥଢିପ ସାହିରେ ଥିବା ମା ଦକ୍ଷିଣକାଳୀଙ୍କ ମନ୍ଦିରର ପୂଜକ ସକାଳେ ଫୁଲ ତୋଳିବାକୁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ବେଳେ ମନ୍ଦିର ଭିତରେ ଥିବା ଦଣ୍ଡ ନାଚର ବିଭିନ୍ନ ସାମଗ୍ରୀ ଏଣେ ତେଣେ ବିଛାଡି ହୋଇ ପଡିଛି l ଏହା ଦେଖି ମନ୍ଦିର କମିଟି ସଭାପତି ସୁଦିପ ପ୍ରଧାନଙ୍କୁ ଜଣାଇଥିଲେ ଲକ୍ଷର ପାଇ ଘଟଣାସ୍ଥଳରେ ପହଁଚି ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ମନ୍ଦିର ଥିବା ମାଙ୍କର ବିଭିନ୍ନ ପୁଜା ସାମଗ୍ରୀ ଚୋରି କରି ନେଇଯାଇଥିବା ଦେଖିଥିଲେ lଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏନେଇ ସୁଦିପ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ଛେଣ୍ଡିପଦା ଥାନା କେରେ ନଂ ୯୦/୨୫ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।
ତାଲା ଭାଙ୍ଗି୫୦ ହଜାରରୁ ଉର୍ଦ୍ଧ ଟଙ୍କାର ସମ୍ପତି ଚୋରି
