ଛେଣ୍ଡିପଦା କ୍ରିସ ହସପିଟାଲରେ ୭୧ୟୁନିଟ ରକ୍ତ ସଂଗ୍ରହ

ଫୁଲତୋଡ଼ା ଦେଇ ଅତିଥିଙ୍କୁ ସ୍ୱାଗତ
ରକ୍ତଦାତାଙ୍କୁ ଉତ୍ସାହିତ କରୁଛନ୍ତି ଡ଼. କଳାକର ସାହୁ l
ଛେଣ୍ଡିପଦା,ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସାପୋଇସାହି ଠାରେ ଥିବା କ୍ରିସ ହସପିଟାଲ ପରିସରରେ ଶୁକ୍ରବାର ହସ୍ପିଟାଲ ପକ୍ଷରୁ ଏକ ସ୍ୱେଛାକୃତ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ହସପିଟାଲର ସତ୍ୱାଧିକାରୀ ଡାକ୍ତର କଳାକାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ(ସ୍ତ୍ରୀ ଓ ପ୍ରସୂତି ବିଭାଗ) ଡାକ୍ତର ମହାମିଲନ ମୁର୍ମୁ ଯୋଗଦେଇ ହସପିଟାଲ ପରିସରରେ ଥିବା ଗଜାନନଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟତମ ଅତିଥି ଡାକ୍ତର ତରୁଣ କୁମାର ସାହୁ,ଅନ୍ୟାନ୍ୟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମୋଟ ୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ତାଳଚେର ଉପଖଣ୍ଡ ଚିକିସାôଳୟ ରକ୍ତ ଭଣ୍ଡାରର କର୍ମଚାରୀ ମାନଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରରେ ହସ୍‌ପିଟାଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *