ଛେଣ୍ଡିପଦା ବ୍ଳକ ସ୍ତରୀୟ କୃଷକ ଦିବସ ଅକ୍ଷୟ ତୃତୀୟା ପାଳନ


ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ୍ ବାହାଳସାହି ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରରେ ଛେଣ୍ଡିପଦା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ୍ ସ୍ତରୀୟ କୃଷକ ଦିବସ ଅକ୍ଷୟ ତୃତୀୟା-୨୦୨୫ ବୁଧବାର ଛେଣ୍ଡିପଦା ବ୍ଳକ କୃଷି ଅଧିକାରୀ ବିନୋଦ କୁମାର ଦଳେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ବ୍ଲକର ପ୍ରାୟ ଶତାଧିକ ପୁରୁଷ ଓ ମହିଳା ଚାଷୀଙ୍କ ସହ କୃଷି ମିତ୍ର,ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ର ସଭ୍ୟା ମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ,ସାଂସଦଙ୍କ ପ୍ରତିନିଧି ବିଜୟ ମାଝି,ସ୍ଥାନୀୟ ଜିଲାପରିଷଦ ସଭ୍ୟ ଯଶୋବନ୍ତ ପ୍ରଶାଦ ବେହେରା,କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ସାରଥି ସାହୁ,ଛେଣ୍ଡିପଦା ସରପଂଚ ସୁଦିପ୍ତ ପ୍ରଧାନ,ବାହାଳସାହି ସରପଂଚ ଅନସୁୟା ସାହୁ,ବାଲିପଟ୍ଟା ସରପଂଚ ସୁଦାମ ପ୍ରଧାନ ପ୍ରମୁଖ ଯୋଗଦେଇ କୃଷି କାର୍ଯ୍ୟ ଏକ ମହତ କାର୍ଯ୍ୟ ହୋଇଥିବାବେଳେ ଓଡିଶାର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ଏକ ମହତ୍ୱପୂର୍ଣ୍ଣ ଦିନ । ଏହି ପବିତ୍ର ଦିନରେ କୃଷି କାର୍ଯ୍ୟ ଅନୁକୂଳ କରାଯାଇଥାଏ । କୃଷକ କୃଷି ଦ୍ୱାରା ଆମଦାନୀ କରି ଅନ୍ୟକୁ ବଂଚାଇଥାଏ । ଓଡିଶାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ କୃଷିର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଉକ୍ତ ଦିବସ ଅବସରରେ ସକାଳେ ସଭା କାର୍ଯ୍ୟ ପରେ ବିଧାୟକଙ୍କ ଦ୍ୱାରା ପଂଚାୟତ କାର୍ଯ୍ୟାଳୟ ପଛପାଖ ଜମିରେ ବଳଦଙ୍କ ଦ୍ୱରା ହଳ କରାଯାଇ ଅକ୍ଷି ମୁଠି ଅନୁକୁଳ କରାଯାଇଥିଲା । ସ୍ଥାନୀୟ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନେତୃତ୍ୱରେ ଉତ୍ସବ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପକ୍ଷରୁ ଗ୍ରାମ୍ୟ କୃଷି କର୍ମଚାରୀ ସନ୍ତୋଷ କୁମାର ପ୍ରଧାନ,ପଂଚାନନ ପ୍ରଧାନ,କୁଳମଣି ସାହୁ,ଶରତ କୁମାର ସାହୁ,ଉର୍ମିଳା ମହାନ୍ତୀ,କୌଶଲ୍ୟା ନାୟକ,ମିଲନ କୁମାର ସାହୁ,ଜିତେନ କୁମାର ପ୍ରଧାନ ପ୍ରମୂଖ ବ୍ଳକର ସମସ୍ତ କୃଷି କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛେଣ୍ଡିପଦା କୃଷି ବିଭାଗର ସହକାରୀ କୃଷି ଅଧିକାରୀ ପ୍ରିୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *