ମାଟ୍ରିକ ପରୀକ୍ଷାରେ ସ୍ମୃତିମୟୀ, ସାଇ ସଲଗ୍ନା ଓ ରୟାନ ରୋଶନ ଛେଣ୍ଡିପଦା ବ୍ଳକ ଟପ୍ପର

ମାଟ୍ରିକ ପରୀକ୍ଷାରେ ସ୍ମୃତିମୟୀ ଓ ସାଇ ସଲଗ୍ନା ଛେଣ୍ଡିପଦା ବ୍ଳକ ଟପ୍ପର

ଛେଣ୍ଡିପଦା, ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଳକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାର ୫୮ ଜଣ ଏ୧ ଟପରଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଳକ ସ୍ତରରେ ୩ଜଣ ଏ୧ ଟପର ଭାବେ ଉତିର୍ଣ୍ଣ ହୋଇଥିବା ବେଳେ ୨ଜଣ ଛାତ୍ରୀ ଓ ଜଣେ ଛାତ୍ର ଅଛନ୍ତି । ବରାଳ ବାଲୁଙ୍କେଶ୍ୱର ଛାତ୍ରୀ ସ୍ମୃତିମୟୀ ବେହେରା, ସେଣ୍ଟନାରୀ ଟ୍ରାଇବାଲ ଉଚ୍ଚ ବିଦ୍ୟାଳୟ ପରଙ୍ଗର ଛାତ୍ରୀ ସାଇ ସଲଗ୍ନା ବେହେରା ୫୬୦ ନମ୍ବର ରଖିଥିବା ବେଳେ ପତିତପାବନ ଉଚ୍ଚ ବିଦ୍ୟାଳୟ ଜରପଦାର ଛାତ୍ର ରୟାନ ରୋଶନ ସାହୁ ୫୫୯ନମ୍ବର ରଖି ଏ୧ରେ ଉତୀର୍ଣ୍ଣ ହୋଇ ଛେଣ୍ଡିପଦା ବ୍ଲକର ଟପର ହୋଇଛନ୍ତି l ଅନୁଗୋଳ ଜିଲାରେ ଟପର ତାଲିକାରେ ଯଥା କ୍ରମେ ୧୯, ୨୦ ଓ ୨୪ତମ ରେ ସ୍ଥ‍ାନ ପାଇ ପାରିଛନ୍ତି । ସ୍ମୃତିମୟୀ ବେହେରା ଛେଣ୍ଡିପଦା ଟାଙ୍ଗିରି ଗ୍ରାମ ପଞ୍ଚାୟତ ବରାଳ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ବାରମଞ୍ଚା ଗ୍ରାମର ପ୍ରତାପ ବେହେରା କନ୍ୟା ଅଟନ୍ତି । ସେ ଅନୁଗୋଳ ଜିଲ୍ଲା ଟପର ତାଲିକାର ୧୯ନମ୍ବର ସ୍ଥାନରେ ଅଛନ୍ତି lଏଥିପାଇଁ ସେ ତାଙ୍କର ବାପା ,ମା ,ଭାଇ ଓ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ସେହିପରି ସେଣ୍ଟନାରୀ ଟ୍ରାଇବାଲ ଉଚ୍ଚ ବିଦ୍ୟାଳୟ ପରଙ୍ଗର ଛାତ୍ରୀ ସାଇ ସଲଗ୍ନା ବେହେରା ନୂଆହତା ଗ୍ରାମର ନିତ୍ୟାଆନନ୍ଦ ବେହେରାଙ୍କ କନ୍ୟା ଚଳିତ ମାଟ୍ରିକ ପରୀକ୍ଷାରେ ୫୬୦ ନମ୍ବର ରଖି ଏ୧ ରେ ଉତିର୍ଣ୍ଣ ହେବା ସହିତ ଛେଣ୍ଡିପଦା ବ୍ଲକର ଟପର ହୋଇଥିବା ବେଳେ ଅନୁଗୋଳ ଜିଲାରେ ଟପର ତାଲିକାରେ ୨୦ତମ ରେ ସ୍ଥ‍ାନ ପାଇ ପାରିଛନ୍ତି । ଜରପଡା ପତିତପାବନ ଉଚ୍ଚ ବିଦ୍ୟାଳୟ ଜରପଦାର ଛାତ୍ର ରୟାନ ରୋଶନ ସାହୁ ଜରପଡା ଗ୍ରାମର ଶଶୀ ଭୂଷଣ ସାହୁଙ୍କ ପୁତ୍ର ଅଟନ୍ତି ।ସେ ତାଙ୍କର ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ମାଟ୍ରିକ ପରୀକ୍ଷାରେ ୫୫୯ ନମ୍ବର ରଖି ଏ୧ ରେ ଉତିର୍ଣ୍ଣ ହେବା ସହିତ ଛେଣ୍ଡିପଦା ବ୍ଲକର ଦ୍ଵିତୀୟ ତୀୟ ସ୍ଥନରେ ରହିଥିବା ବେଳେ ଅନୁଗୋଳ ଜିଲାରେ ଟପର ତାଲିକାରେ ୨୪ତମ ରେ ସ୍ଥ‍ାନ ପାଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *