ଅବକାରୀ ବିଭାଗର ନାବାଳିକାକୁ ମାଡ , ଥାନାରେ ଅଭିଯୋଗ

ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳରେ ଘରେ ପଶି ନାବାଳିକାଙ୍କୁ ମାଡ଼ ମାରିଛନ୍ତି ଅନୁଗୋଳ ଅବକାରୀ କର୍ମଚାରୀ । ପ୍ରତିବାଦରେ ବାଗଡିଆ ଥାନାରେ ଦ୍ୱାରସ୍ଥ ହେଲେ ମହିଳା l ବାଗଡିଆ ଥାନାରେ ମଦ ରେଡ କରୁଥିଲା ବେଳେ ନାବାଳିକାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ।ସୂଚନା ଯେ,ଏହି ଚଢ଼ାଉ ବେଳେ ଘରେ କେହି ନଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଘରେ ନାବାଳିକା ପାଠ ପଢ଼ୁଥିବା ବେଳେ ତାଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ ପିଟ କରିଥିବା ନେଇ ନାବାଳିକା ଜଣକ ଅଭିଯୋଗ କରିଛନ୍ତି l ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗ୍ରାମର ମହିଳା ମାନେ ବାଗଡିଆ ଥାନାକୁ ଅବକାରି ବିଭାଗ ନାମରେ ଅଭିଯୋଗ କରିଛନ୍ତି l ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ଗ୍ରାମରେ ପଶି ସମିତିସଭ୍ୟଙ୍କୁ ଏପରି ବେଆଇନ କାର୍ଯ୍ୟାନୁଷ୍ଠାନ ନେଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଯେ ପର୍ଯ୍ୟନ୍ତ ପୋଲିସ ଅବକାରୀ ବିଭାଗ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେ ପର୍ଯ୍ୟନ୍ତ ଥାନାରେ ବାସୀ ରହିବେ ବୋଲି ମହିଳା ମାନେ ଜିଦ ଧରିଛନ୍ତି l

Leave a Reply

Your email address will not be published. Required fields are marked *