
ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଜରପଡାକୁ ଏକ ନୂତନ ବ୍ଳକ ମାନ୍ୟତା ଦାବି ନେଇ ବୁଧବାର ଧବଳେଶ୍ୱର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯେ ଛେଣ୍ଡିପଦା ବ୍ଲକର ବାଲିପଟା, କୋରଡ଼ା, ଜେଡିସାହି, ଦୁର୍ଗାପୁର, କତଡା, ଉଗୀ, ପରା, ତୁକୁଡ଼ା ଓ ବନରପାଳ ବ୍ଲକର କଞ୍ଜରା, ଜରଡ଼ା ତୁବେ ଆଦି ୧୫ରୁ ଉର୍ଦ୍ଧ ପଞ୍ଚାୟତକୁ ନେଇ ନୂତନ ବ୍ଳକ ଗଠନ ପାଇଁ ଦୀର୍ଘ ଦିନ ହେବ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଆସୁଥିଲେ ମଧ୍ୟ ସୁଫଳ ପାଇପାରି ନଥିଲେ l କିଛି ଦିନ ତଳେ ରାଜ୍ୟ ସରକାର ବ୍ଳକ ପୁନଃ ଗଠନ ପାଇଁ ଯୋଜନା କରିଥିବା ସ୍ଥାନୀୟ ଅଞ୍ଚଳ ବାସୀ ଜାଣିବା ପରେ ଜରପଡାକୁ ବ୍ଳକ ଗଠନ ଦାବି ନେଇ ଝାରୁ ସାହୁଙ୍କ ଆହ୍ୱାନ କ୍ରମେ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରିବା ସହିତ ସଭାପତି ଭାବେ ସୁଶାନ୍ତ କୁମାର ପ୍ରଧାନ ଓ ସମ୍ପାଦକ ଭାବେ ଦମ୍ବୁରୁଧର ବେହେରା, କୋଷଧକ୍ଷ ଭାବେ ଲିଙ୍ଗରାଜ ପ୍ରଧାନ ଏବଂ ଏହାର ଉପଦେଷ୍ଟା ଭାବେ ଜରପଡା ଗ୍ରାମର ସଭାପତି ନାରାୟଣ ସାହୁ, ପବିତ୍ର ମୋହନ ସାହୁ, ରସାନନ୍ଦ ସାହୁ, ଅଭିରାମ ସାହୁଙ୍କୁ ଚୟନ କରିଥିଲେ l ଏହି କମିଟି ଜରପଡାକୁ ନୂତନ ବ୍ଳକ ଗଠନ ଦିଗରେ କମିଟି କାମ କରିବା ସହିତ କିପରି ପ୍ରଶାସନିକ ଅଧିକାରୀ ମାନଙ୍କୁ ଭେଟି ଅଞ୍ଚଳର ବହୁ ଦିନର ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ସେ ଦିଗରେ ଉଦ୍ୟମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି l ବୈଠକରେ ଜରପଡା ସରପଞ୍ଚ ବିଦେଶୀ ବେହେରା, ସରୋଜ କୁମାର ସାହୁ,, ସୁଜିତ କୁମାର ସାହୁ, ନିର୍ମଳ ପ୍ରଧାନ, ସୁଶାନ୍ତ ମହାନ୍ତି, ମନୋଜ ବେହେରା, ଭୁଲେଶ୍ଵର ଗୋଛାୟତ,, ଲମ୍ବୋଦର ସାହୁଙ୍କ ସମେତ ଆଞ୍ଚଳିକ ବିକାଶ ମଞ୍ଚର କର୍ମକର୍ତା, ସମାଜସେବୀ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l