ବାଘଧରି ମଠର ମଠାଧୀଶ ଭୁବନୀ ବାବାଙ୍କ ପରଲୋକ

ଭୁବୁନି ବାବା
ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ପାତ୍ରପଡା ବାୟାଣୀପୀଠ ନିକଟସ୍ଥ ବାଘଦାରୀ ମଠର ମଠଧୀଶଙ୍କ ପରଲୋକ ହୋଇଛି l ବାଘଦରି ମଠର ମଠଧୀଶ ଭାବେ ଭୁବାନାନନ୍ଦ ସରସ୍ୱତି ଭୁବନୀ ବାବା ନାମରେ ପରିଚିତ l ପାତ୍ରପଡା ମା ବାୟାଣୀଙ୍କ ଦର୍ଶନ କରିବା କୁ ଯିଏ ଯାଇଛି ସେ ବାଘଦରୀ ମଠର ମଠାଧୀଶ ଭୁବନୀ ବାବାଙ୍କ ସଂସ୍ପର୍ଶରେ ଆସିଛି ଏବଂ ତାଙ୍କର ମିଠା ମିଠା ଉପଦେଶ ଓ ବାର୍ତ୍ତା ସମସ୍ତଙ୍କୁ ଆକୃଷ୍ଟ କରିଥାଏ l ଦୀର୍ଘ ଦିନ ହେବ ବାବା ରୋଗରେ ପୀଡିତ ହେଵା ସହିତ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ l ଅପରାହ୍ନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ l ବାବଙ୍କ ଦେହାନ୍ତ ଖବର ପାଇ ଆଖପାଖ ଅଞ୍ଚଳରେ ଥିବା ବାବାଙ୍କ ଶିଷ୍ୟଶିଶ୍ୟା ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ପାତ୍ରପଡା ଗ୍ରାମବାସୀଙ୍କ ସହଯୋଗରେ ବାବାଙ୍କର ଶେଷ କୃତ୍ୟ ସମ୍ପାଦନ କରାଯାଇଛି l

Leave a Reply

Your email address will not be published. Required fields are marked *